ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ: ଆଡଲେଡ ପିଚରେ ୬ ମିମିର ଘାସ, ଦ୍ରୁତ ବୋଲରଙ୍କୁ ବେଶ୍ ସୁହାଇବ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆଡଲେଡରେ ଖେଳାଯିବ । ୬ ତାରିଖରୁ ମ୍ୟାଚ ଆରମ୍ଭ ହେବ । ଆଡଲେଡ ପିଚରେ ପୁଣିଥରେ ବ୍ୟାଟର କମାଲ୍ କରିବେ । ଆଡଲେଡର ଯେଉଁ ପିଚରେ ଖେଳାଯିବ, ସେଥିରେ ୬ ମିମିର ଘାସ ରହିଛି । ତେଣୁ ବୋଲରଙ୍କୁ ଜବରଦସ୍ତ ସ୍ବିଙ୍ଗ ଏବଂ ବାଉନ୍ସ ମିଳିବ । ସୋସିଆଲ ମିଡିଆରେ ଆଡଲେଡ ପିଜର ଅନେକ ଫଟୋ ଭାଇରଲ ହେବାରେ ଲାଗିଛି ।
ଅଷ୍ଟ୍ରେଲିଆ ଯଦି ଭାରତୀୟ ଟିମକୁ ଘାସ ପିଚ୍ ଦିଏ, ତେବେ ନିଜ ପାଇଁ ସମସ୍ୟା ଆଣିବ । ଆଡଲେଡର ଯେଉଁ ପିଚରେ ଖେଳାଯିବ, ସେଥିରେ ୬ ମିମିର ଘାସ ରହିଛି । ତେଣୁ ବୋଲରଙ୍କୁ ଜବରଦସ୍ତ ସ୍ବିଙ୍ଗ ଏବଂ ବାଉନ୍ସ ମିଳିବ । ପ୍ରଥମ ଟେଷ୍ଟକୁ ୨୯୫ ରନରେ ଜିତିବା ପରେ ଦ୍ବିତୀୟ ଟେଷ୍ଟ ପିଙ୍କ ବଲରେ ଖେଳାଯିବ । ଦିବାରାତ୍ରି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ରେକର୍ଡ ବହୁତ ଭଲ ରହିଛି । ଅଷ୍ଟ୍ରେଲିଆ କେବେ ବି ପିଙ୍କ ବଲ୍ ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ହାରିନାହିଁ । ଗତଥର ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଖେଳିଥିଲା । ସେଥିରେ ଦ୍ବିତୀୟ ଇନିଂସରେ ୩୬ ରନରେ ଅଲଆଉଟ ହୋଇଥିଲା । ସେହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୮ ୱିକେଟରେ ହରାଇଥିଲା ।
#AUSvsIND: First look at the Adelaide pitch for the Pink-Ball Test
India Today pic.twitter.com/sHP2ngEKuu— ᴠɪʀᴀᴛ ᴋᴏʜɪʟ ᴄʟᴜʙ (@TEAMVIRAT_018) December 2, 2024
ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କେମରୁନ ଗ୍ରୀନ ଆହତ ଯୋଗୁଁ ସିରିଜରୁ ବାଦ୍ ପଡିଥିଲେ । ଏହାପରେ ମିଚେଲ ମାର୍ଶ ଏବଂ ଜୋଶ ହେଜଲଉଡ ଆହତ ସମସ୍ୟା ଯୋଗୁଁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଥିବା ବେଳେ ଏବେ ଷ୍ଟିଭ ସ୍ମିଥ ଆହତ ହୋଇଛନ୍ତି ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା ( ଉପ ଅଧିନାୟକ), ଯଶସ୍ବୀ ଜୟସୱାଲ, ଅଭିମନ୍ୟୁ ଈଶ୍ବରନ, ଶୁବମନ ଗିଲ୍, ବିରାଟ କୋହଲି, ଦେବଦତ୍ତ ପାଡିକିଲ୍ଲ, କେଏଲ ରାହୁ, ରିଷଭ ପନ୍ତ, ସରଫରାଜ ଖାନ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡି, ୱାଶିଂଟନ ସୁନ୍ଦର ।