ଭାରତର ଟପ୍‌ ଅର୍ଡର ବ୍ୟାଟିଂ ଫେଲ୍, ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତ ୧୪୧/୬

ଭୁଶୁଡ଼ିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଦୁର୍ଗ । ସିଡନୀ ଟେଷ୍ଟରେ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲ ଆଉଟ ହେବା ପରେ ଭାରତର ଦ୍ବିତୀୟ ଇନିଂସରେ ବି ଫେଲ୍ ମାରିଛି । । ସିଡ୍‌ନୀରେ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ପୁଣି ଦ୍ବିତୀୟ ଇନିଂସରେ ବି ଫେଲ୍ ମାରିଛି । ଦ୍ୱିତୀୟ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତ ୬ ୱିକେଟ୍‌ ବିନିମୟରେ ମାତ୍ର ୧୪୧ ରନ୍‌ ହିଁ କରି ପାରିଛି ।

ଭାରତ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା । ଏହି ସିରିଜରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରୁନାହାନ୍ତି । ସିଡ୍‌ନୀରେ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ପୁଣି ଦ୍ବିତୀୟ ଇନିଂସରେ ବି ଫେଲ୍ ମାରିଛି । ଦ୍ୱିତୀୟ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତ ୬ ୱିକେଟ୍‌ ବିନିମୟରେ ମାତ୍ର ୧୪୧ ରନ୍‌ ହିଁ କରି ପାରିଛି । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୬୧ ରନ୍‌ କରିଛନ୍ତି । ଏହାପରେ ଯଶସ୍ୱୀ ଜୟସ୍ବାଲ ୨୨ ରନ୍‌ କରିଛନ୍ତି । କେଏଲ୍‌ ରାହୁଲ ଓ ଶୁଭମନ୍‌ ଗିଲ୍‌ ୧୩ ରନ୍‌ ଲେଖାଏଁ କରିଛନ୍ତି । ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌କୁ ଛାଡ଼ିଦେଲେ କୋହଲିଙ୍କ ଲଗାତାର ଫ୍ଲପ୍‌ ସୋ’ ଜାରି ରହିଛି । ସେପଟେ ବୁମରା ଆହତ ହେବା ଫଳରେ ତାଙ୍କ ସ୍ଥାନରେ କୋହଲି ଅଧିନାୟକ ଭାର ସମ୍ଭାଳିଛନ୍ତି । ଏହାରି ମଧ୍ୟରେ ବୁମ୍‌ରାଙ୍କ ଆହତ ସମସ୍ୟା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟି ଯାଇପାରେ ।

ଭାରତର ଦ୍ବିତୀୟ ପାଳିରେ ଯଶସ୍ବୀ ଜୟସୱାଲ ୨୨ ରନ୍, କେଏଲ ରାହୁଲ ୧୩ ରନ, ଶୁବମନ ଗିଲ୍ ୧୩ ରନ୍, ବିରାଟ କୋହଲି ୬ ରନ, ରିଷଭ ପନ୍ତ ୬୧ ରନ, ନୀତିଶ ରେଡ୍ଡୀ ୪ ରନ କରି ଆଉଟ୍ ହୋଇଛନ୍ତି । ରବିନ୍ଦ୍ର ଜାଡେଜା ଏବଂ ୱାଂଶିଟନ ସୁନ୍ଦର ବ୍ୟାଟିଂ କରୁଛନ୍ତି ।

ସିଡ୍‌ନୀରେ ବର୍ଡର ଗଭାସ୍କର ସିରିଜ୍‌ର ଅନ୍ତିମ ଟେଷ୍ଟ୍‌ ମ୍ୟାଚ୍‌ ଖେଳା ଯାଉଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜଶପ୍ରୀତ୍‌ ବୁମ୍‌ରା ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେଇଛନ୍ତି । ତେବେ କ୍ୟାପ୍‌ଟେନ୍‌ଙ୍କ ସମେତ ଭାରତର ପେସ୍‌ ବ୍ୟାଟେରୀ ଦମ୍‌ଦାର୍‌ ପ୍ରଦର୍ଶନ କରିଛି । ଫଳର ଅଷ୍ଟ୍ରେଲିଆ ଦଳ ମାତ୍ର ୧୮୧ ରନ୍‌ ହିଁ କରି ପାରିଥିଲା । ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ଜଶପ୍ରୀତ ବୁମ୍‌ରା ଓ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୭୨.୨ ଓଭରରେ ୧୮୫/୧୦ (ଋଷଭ ପନ୍ତ୍‌-୪୦, ରବୀନ୍ଦ୍ର ଜାଡ଼େଜା-୨୬, ଯଶପ୍ରୀତ୍ ବୁମ୍‌ରା-୨୨, ସ୍କଟ୍ ବୋଲାଣ୍ଡ-୪/୩୧, ମିଚେଲ୍ ଷ୍ଟାର୍କ-୩/୪୯, ପ୍ୟାଟ୍ କମିନ୍ସ-୨/୩୭, ନାଥନ୍ ଲାୟନ୍-୧/୧୯)।

ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩ ଓଭରରେ ୯/୧ (ସାମ୍ କନ୍‌ଷ୍ଟାସ୍‌-୭*, ଯଶପ୍ରୀତ୍ ବୁମ୍‌ରା-୧/୭) ।