ସିଡନୀ ଟେଷ୍ଟ ପାଇଁ ୧୩ଜଣିଆ ଦଳ ଘୋଷିତ, ସ୍ଥାନ ପାଇଲେ କେ ଏଲ୍ ରାହୁଲ ଓ ଆର୍ ଅଶ୍ୱିନୀ

ଆସନ୍ତାକାଲି ସିଡ୍ନୀରେ ଖେଳାଯିବ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ଏଥିପାଇଁ ଆଜି ୧୩ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ତୃତୀୟ ଟେଷ୍ଟରେ ବାଦ ପଡ଼ିଥିବା କେଏଲ ରାହୁଲଙ୍କୁ ପୁଣି ଥରେ ସ୍ଥାନ ମିଳିଛି। ଆର ଅଶ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ସେ ଖେଳିବା ନେଇ ଅନିଶ୍ଚିତତା ରହିଛି। ଟେଷ୍ଟ ମ୍ୟାଚ ସକାଳେ ତାଙ୍କ ଫିଟନେସ ଟେଷ୍ଟ ପରେ ଖେଳିବା ନେଇ ଜଣାପଡ଼ିବ। ମୁରଲୀ ବିଜୟ ଏଥର ବି ଦଳରୁ ବାଦ୍ ପଡିଛନ୍ତି। ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ ବି ଟିମ୍ରେ ନିଆଯାଇନାହିଁ। ରୋହିତ ଶର୍ମା ବି ଏହି ଟେଷ୍ଟ ଖେଳିବେ ନାହିଁ। ଉମେଶ ଯାଦବ ଓ କୁଲଦୀପ ଯାଦବଙ୍କୁ ଟିମ୍ରେ ସାମିଲ କରାଯାଇଛି। ଭାରତ ଏହି ଟେଷ୍ଟରେ ୨-୧ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ମାଟିରେ କେବେ ଟେଷ୍ଟ ସିରିଜ ଜିତିନଥିବାର ଏହାକୁ ଜିତି ଦଳ ଇତିହାସ ରଚିବାକୁ ଚେଷ୍ଟା କରିବ।