ଅଷ୍ଟ୍ରେଲିଆ ସିରିଜ ପାଇଁ ବିସିସିଆଇର ବଡ ନିଷ୍ପତ୍ତି, ଟେଷ୍ଟ ସିରିଜ ପାଇଁ ଆଉ ନୂଆ ୪ ଖେଳାଳି ସାମିଲ

ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ସିରିଜ ପାଇଁ ପ୍ରସ୍ତୁତ ହୋଇସାରିଛି। ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଟିମ୍‌ର ସମସ୍ତ ଖେଳାଳି ଜବରଦସ୍ତ ଅଭ୍ୟାସ କରୁଛନ୍ତି । ହେଲ ସିରିଜ ପୂର୍ବରୁ ଭାରତୀୟ ଟିମ୍‌ରେ ବ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟିମରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି ବିସିସିଆଇ ।

ଖବର ମୁତାବକ, ବିସିସିଆଇ ଟିମରେ ଓ୍ଵାଶିଂଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର ଏବଂ ରାହୁଲ ଚହରଙ୍କୁ ସ୍ଥାନ ମିଳିଛି । ଏମାନଙ୍କୁ ନେଟ୍‌ ବୋଲର ଭାବେ ଟିମରେ ସ୍ଥାନ ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଏମାନେ ଭାରତୀୟ ଟିମ ସହିତ ରହିବେ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ତେବେ ଟିମ୍‌ ଇଣ୍ଡିଆରେ ଯେଉଁ ଖେଳାଳିଙ୍କୁ ସ୍ଥାନ ମିଳିଛି, ସମସ୍ତେ ସ୍ପିନର । ହେଲେ ଭାରତ ପାଖରେ ଜୟଦେବ ଉନାଦକଟ୍‌, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ଉମେଶ ଯାଦବଙ୍କ ଭଳି ଖେଳାଳି ରହିବେ । ତେବେ ସ୍ପିନର ଭାବେ ଭାରତ ପାଖରେ ଆର ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ମଧ୍ୟ ସାମିଲ ରହିଛନ୍ତି। ଅର୍ଥାତ୍‌ ଅଭ୍ୟାସ ସମୟରେ ଭାରତ ପାଖରେ ୮ ଜଣ ସ୍ପିନର ରହିବେ ।

ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଭାରତ ଟିମ୍‌ : ରୋହିତ ଶର୍ମା, କେଏଲ ରାହୁଲ, ଶୁଭମନ ଗିଲ୍‌, ପୁଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ଆର.ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।

ପ୍ରଥମ ଟେଷ୍ଟ : ୯ରୁ ୧୩ ଫେବୃଆରୀ, ନାଗପୁର

ଦ୍ୱିତୀୟ ଟେଷ୍ଟ : ୧୭ରୁ ୨୧ ଫେବୃଆରୀ, ଦିଲ୍ଲୀ

ତୃତୀୟ ଟେଷ୍ଟ : ୧ରୁ ୫ ମାର୍ଚ୍ଚ, ଧର୍ମଶାଳା

ଚତୁର୍ଥ ଟେଷ୍ଟ : ୯ରୁ ୧୩ ମାର୍ଚ୍ଚ, ଅହମଦାବାଦ