ଦ୍ୱିତୀୟ ଟି-୨୦ରେ ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା

ରାଜକୋଟ : ଏଠାରେ ଆଉ କିଛି ସମୟ ପରେ ଖେଳାଯିବ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ମ୍ୟାଚ୍‌ରେ ହାରିଥିବା ଘରୋଇ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପାଗକୁ ନେଇ ଯେଉଁ ଡର ଥିଲା ତାହା ଏବେ ନାହିଁ । ତେଣୁ ମ୍ୟାଚ୍‌ ସ୍ୱାଭାବିକ ଭାବେ ଖେଳାଯିବ ବୋଲି ଜଣାପଡ଼ିଛି । ଅଧିନାୟକ ରୋହିତ ଶର୍ମାଙ୍କର ଇଏ ହେଉଛି ୧୦୦ତମ ଟି-୨୦ ମ୍ୟାଚ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.