Categories: କ୍ରୀଡା

ବିଶ୍ୱକପରେ ଆଜି ଭାରତ-ବାଂଲାଦେଶ ମୁକାବିଲା

ବିରମିଂହାମ: ଆଜି ଭାରତ-ବାଂଲାଦେଶ ବିଶ୍ୱକପ୍‌ ମୁକାବିଲା। ବିରମିଂହାମରେ ଭାରତୀୟ ସମୟ ୩ଟାରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ସେହିପରି ସେମି ଫାଇନାଲ୍‌ ରେସରେ ରହିବାକୁ ହେଲେ ବାଂଲାଦେଶକୁ ଆଜିର ମ୍ୟାଚ୍‌ ଜିତିବା ନିହାତି ଜରୁରୀ। ଏହି ଦୃଷ୍ଟିରୁ ଆଜି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ। ଆଜି ପ୍ଲେଇଂ ଇଲେଭେନ୍‌ରେ କିଛି ପରିବର୍ତ୍ତନ କରିପାରେ ଟିମ୍‌ ଇଣ୍ଡିଆ। କୁଳଦୀପ ଯାଦବ ଓ ଯୁଜବେନ୍ଦର ଚହଲଙ୍କ ମଧ୍ୟରୁ କେହି ଜଣେ ଖେଳି ପାରନ୍ତି। ଭୁବନେଶ୍ୱର କୁମାର ସ୍କ୍ଵାଡ୍‌କୁ ଫେରିବା ସମ୍ଭାବନା ବି ରହିଛି।

ବାଂଲାଦେଶ କଥା ଦେଖିଲେ ଏହି ମ୍ୟାଚ ସେମାନଙ୍କ ପାଇଁ କର ବା ମର ଭଳି। ଯେକୌଣସି ପରିସ୍ଥିତିରେ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବ ବାଂଲା ବାହିନୀ। ସାକିବ ଅଲ୍‌ ହସନା, ମୁସଫିକୁର ରେହମାନ ଓ ମହମ୍ମଦୁଲ୍ଲାଙ୍କ ଭଳି କ୍ରିକେଟରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ଦଳ ୩୫ଟି ଦିନିକିଆ ଖେଳିଛନ୍ତି। ଭାରତ ୨୯ଟି ଜିତିଥିବା ବେଳେ ବାଂଲାଦେଶ ମାତ୍ର ୫ଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ସେହିପରି ବିଶ୍ୱକପରେ ଭାରତ-ବାଂଲାଦେଶ ୩ଥର ମୁହାଁମୁହିଁ ହୋଇଥିବା ଟିମ୍‌ ଇଣ୍ଡିଆ ୨ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚ୍‌ ଜିତିଛି। ପୂର୍ବରୁ ୨୦୦୭ରେ ଭାରତକୁ ହରାଇ ବିଶ୍ୱକପରୁ ବାହାର ରାସ୍ତା ଦେଖାଇଥିଲା। ପରେ ୨୦୧୧ ଓ ୨୦୧୫ରେ ବାଂଲାଦେଶ ଭାରତଠାରୁ ପରାସ୍ତ ହୋଇଥିଲା।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

6 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

39 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

41 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

48 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

56 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

57 mins ago