ବ୍ୟାକଫୁଟରେ ଭାରତ: ଦ୍ୱିତୀୟ ଦିନରେ ୩୪୫ ରନରେ ଆଗରେ ରହିଛି ଇଂଲଣ୍ଡ
ତୃତୀୟ ଟେଷ୍ଟରେ ଡ୍ରାଇଭର ସିଟରେ ଇଂଲଣ୍ଡ । ନିଜର ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଭଲ ଫର୍ମ ଦେଇ ଗତି କରୁଥିବା କ୍ୟାପ୍ଟେନ ଜୋ ରୁଟଙ୍କ ଲଗାତର ୩ୟ ଶତକ ସମେତ ଆଗଧାଡ଼ିର ୪ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତୃତୀୟ ଟେଷ୍ଟରେ ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଇଂଲଣ୍ଡ ୨ ଦିନ ଖେଳରେ ୮ଟି ଓ୍ଵିକେଟ ହରାଇ ୪୩୨ ରନ୍ କରିଛି। ଫଳରେ ଭାରତ ଠାରୁ ୩୪୫ ରନ୍ରେ ଅଗ୍ରଣୀ ରହିଛି।
Stumps on day two!
Joe Root’s century has put England in the driver’s seat 💪#WTC23 | #ENGvIND | https://t.co/qmnhRc14r1 pic.twitter.com/asACkegYar
— ICC (@ICC) August 26, 2021
ଜୋ ରୁଟ୍ ଭାରତୀୟ ବୋଲରଙ୍କୁ ପ୍ରହାର କରିଛନ୍ତି। ସେ ୧୬୫ଟି ବଲ୍ ଖେଳି ୧୪ଟି ଚୌକା ସହାୟତାରେ ଶତକ ହାସଲ କରିଥିବାବେଳ ରୋରୀ ବନ୍ସ ୬୧, ହସିମ ହମିଦ ୬୮ ଓ ଡେଭିଡ଼ ମଲାନ ୭୦ ରନ୍ ସଂଗ୍ରହ କରିବା ପରେ ଇଂଲଣ୍ଡ ପ୍ରଥମ ପାଳିରେ ମଜଭୁତ ସ୍ଥିତିରେ ପହଞ୍ଚିଛି। ଏପଟେ ତୃତୀୟ ଟେଷ୍ଟରେ ବିରାଟ ବାହିନୀ ମ୍ୟାଚ ବଞ୍ଚାଇପାରିବ କି ସେ ନେଇ ବଡ଼ ପ୍ରଶ୍ନ ଉଠିଛି।