ଆଜିଠୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ: ସିରିଜ୍‌ରେ ଦବ୍‌ଦବା ଜାରି ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜିଠୁ ଲିଡ୍‌ସରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏଥିପାଇଁ ଉଭୟ ଦଳର ରଣନୀତି ପ୍ରସ୍ତୁତ । ଏବେ ୧-୦ରେ ଟିମ୍‌ ଇଣ୍ଡିଆ ଆଗୁଆ ଅଛି । ତେବେ ଲିଡ୍‌ସର ହେଡିଙ୍ଗ୍‌ଲେ ମଇଦାନରେ ସ୍ପିନରଙ୍କ ଦବ୍‌ଦବା ଅଛି । ତେଣୁ ପ୍ଲେଇଙ୍ଗ ଇଲେଭେନରେ ଭାରତ କିଛିଟା ପରିବର୍ତ୍ତନ କରିପାରେ । ଏବେ ଭାରତର ବୋଲିଂ ବାହିନୀ ଫର୍ମରେ ଅଛନ୍ତି । ତେଣୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ତ୍ରିମୂର୍ତ୍ତିଙ୍କ ଡର ଘାରିଛି । ତ୍ରିମୁର୍ତ୍ତି ହେଉଛନ୍ତି ବୁମରାହ,ସାମୀ ଓ ସିରାଜ । ଯାହାଙ୍କ କରିସ୍ମା ଭାରତକୁ ଦ୍ୱିତୀୟ ଟେଷ୍ଟରେ ବିଜୟ ଭେଟି ଦେଇଥିଲା । ସେପଟେ ଲିଡ୍‌ସ ହେଡିଙ୍ଗଲେ ପିଚ୍‌ ମଧ୍ୟ ପେସ୍‌ ବୋଲରଙ୍କୁ ସୁହାଇବ। ଏହି କାରଣରୁ ବୁମରାହ,ସାମୀ ଓ ସିରାଜ ଖେଳିବା ନିଶ୍ଚିତ ।

ଏପରିକି ଇଶାନ୍ତ ଶର୍ମାଙ୍କ ବଦଳରେ ଅତିରିକ୍ତ ବ୍ୟାଟ୍‌୍ସମ୍ୟାନ୍‌ ଭାବେ ହନୁମା ବିହାରୀଙ୍କୁ ଖେଳାଇବା ଚର୍ଚ୍ଚା ହେଉଛି। ପିଚ୍‌ରେ ବିଶେଷ ଘାସ ନଥିବାରୁ ଅଫ୍‌ସ୍ପିନର ଆର ଅଶ୍ୱିନୀଙ୍କୁ ଦଳରେ ଖେଳାଇବା ସମ୍ଭାବନା ରହୁଛି । ଓପନର୍‌ ରାହୁଲ-ରୋହିତ ଯୋଡ଼ି ଉପରେ ବି ସମସ୍ତଙ୍କ ନଜର ରହିଛି । ଭାରତର ଗୋଟିଏ ମାତ୍ର ଚିନ୍ତା ମଡିଲ ଅଡର । ତେଣୁ ବିରାଟଙ୍କ ଠାରୁ କ୍ରିକେଟ୍‌ ପ୍ରେମୀ ଏକ ବଡ଼ ଇନିଂସ ଆଶା କରିଛନ୍ତି । ବଡ଼ କଥା ହେଉଛି ଘରୋଇ ଦଳ ଇଂଲଣ୍ଡ ଉପରେ ଏବେ ପ୍ରବଳ ଚାପ । ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେବା ଦଳର ଚିନ୍ତା ବଢାଇଛି । ଆଘାତ କାରଣରୁ ମାର୍କ ଉଡ୍‌ ଟିମରୁ ଆଉଟ ହୋଇଛନ୍ତି । ପୂର୍ବରୁ ଷ୍ଟୁଆର୍ଟ ବ୍ରଡ୍‌ ଆହତ ଯୋଗୁଁ ବାଦ୍‌ ପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.