ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦, ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ମିଳିବନି ଏଣ୍ଟ୍ରି

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ଆଜି ସନ୍ଧ୍ୟା ୭ ଟା ବେଳେ ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସାଢ଼େ ୬ ଟାରେ ଟସ୍ ପଡ଼ିବ। ଅହମ୍ମଦାବାଦରେ ପୁଣିଥରେ କରୋନା ଭାଇରସର ବଢ଼ୁଥିବା ସଂକ୍ରମଣ ଯୋଗୁ ଆଜି ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।

ପାଞ୍ଚଟି ମ୍ୟାଚର ଏହି ସିରିଜ୍‌ରେ ଭାରତ ୧-୨ ରେ ପଛୁଆ ଚାଲିଛି ଓ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ତେଣୁ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ଅନ୍ୟପଟେ ଟିମ୍‌ ଇଣ୍ଡିଆ ପାଇଁ ଆଜିର ମ୍ୟାଚ୍‌ କର ବା ମର ସ୍ଥିତି ସୃଷ୍ଟି କରିଛି । ବିରାଟ ସେନା ଆଜି ମ୍ୟାଚ୍ ହାତେଇବାକୁ ପ୍ରାଣପଣେ ଚେଷ୍ଟା କରିବ।

ଆଜି ଭାରତ ପକ୍ଷରୁ ଖେଳିବେ:

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଷାନ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, ନବଦୀପ ସାଇନି, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ।

ଇଂଲଣ୍ଡ ଟିମ୍ :

ଜେସନ ରୟ, ଜୋସ ବଟଲର, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଇୟନ ମୋର୍ଗାନ(ଅଧିନାୟକ), ମୋଇନ ଅଲି/ ସାମ କୁରାନ, କ୍ରିସ୍ ଜୋର୍ଡାନ, ଜୋଫ୍ରା ଆର୍ଚର, ମାର୍କ ଉଡ୍, ଆଦିଲ ରସିଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.