ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ, ତୃତୀୟ ଟେଷ୍ଟ ହାରିବା ପରେ ଟିମରେ ହୋଇପାରେ ପରିବର୍ତ୍ତନ !

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ଇଂଲଣ୍ଡ । ଭାରତ ଲର୍ଡସରେ ୨୨ ରନରେ ହାରିବା ପରେ ଚତୁର୍ଥ ଟେଷ୍ଟ ମାଞ୍ଚେଷ୍ଟରରେ ୨୩ ଜୁଲାଇରେ ଖେଳାଯିବ ।
ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯିବ । ପୂର୍ବ ଟେଷ୍ଟ ଠାରୁ ୮ ଦିନ ବ୍ୟବଧାନରେ ମ୍ୟାଚ ଖେଳାଯିବ ।

ଜୁଲାଇ ୨୩ରୁ ୨୭ ଯାଏଁ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ଅପରାହ୍ନ ୩.୩୦ରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଟସ୍ ଅପରାହ୍ନ ୩ଟାରେ ହେବ । ସୋନୀ ସ୍ପୋଟର୍ସ ନେଟୱାର୍କରେ ମ୍ୟାଚର ଲାଇଭ ପ୍ରସାରଣ ଦେଖିବାକୁ ମିଳିବ । ଆପଣ ମୋବାଇଲ, ଟାବଲେଟ ଏବଂ ଲାପଟପରେ ମଧ୍ୟ ଲାଇଭ ମ୍ୟାଚ୍ ଦେଖିପାରିବେ । ଜିଓ ହଟଷ୍ଟାରରେ ଲାଇଭ ଷ୍ଟ୍ରିମିଂ ହେବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ମ୍ୟାଚର ପ୍ରଥମ ସେସନ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ । ପ୍ରଥମ ସେସନ ଦୁଇ ଘଣ୍ଟାର ହେବ । ମ୍ୟାଚ ୩.୩୦ରେ ଆରମ୍ଭ ହୋଇ ୫.୩୦ ଯାଏଁ ଚାଲିବ। ଏହାପରେ ଲଞ୍ଚ ୪୦ ମିନିଟ ଯାଏଁ ହେବ । ଲଞ୍ଚ ପରେ ୬.୧୦ରେ ମ୍ୟାଚ୍ ପୁଣି ଆରମ୍ଭ ହେବ । ୮.୧୦ରେ ଟି ବ୍ରେକ ହେବା ପରେ ୮.୩୦ରେ ମ୍ୟାଚ୍ ଆରମ୍ଭ ହେବ । ରାତି ୧୦ଟାରେ ଖେଳ ଶେଷ ହେବ ।

ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟକୁ ୫ ୱିକେଟରେ ହାରିବା ପରେ ଦ୍ବିତୀୟ ଟେଷ୍ଟକୁ ୩୩୬ ରନରେ ଜିତିଥିଲା । ଲର୍ଡସ ଟେଷ୍ଟ ଭାରତ ମାତ୍ର ୨୨ ରନରେ ହାରିଥିଲା । ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ବାକିଥିବା ୨ଟି ମ୍ୟାଚକୁ ଜିତିବାକୁ ହେବ ।

Also Read : ଲର୍ଡସ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଝଟକା, ଆଇସିସି କାଟିଲା ପଏଣ୍ଟ ଲଗାଇଲା ଜରିମାନା