ହିଟମ୍ୟାନଙ୍କ ଶତକ ଭାରତର ସମ୍ମାନ ରଖିଲା, ଏବେ ମ୍ୟାଚ ବଞ୍ଚାଇବା ଦାୟିତ୍ୱ ଅଧିନାୟକ କୋହଲିଙ୍କର

ଇଂଲଣ୍ଡ : ହିଟମ୍ୟାନ ଖେଳିଲେ ୨୫୬ ବଲ ଆଉ ସ୍କୋର କଲେ ୧୨୭ ରନ । ଏଥିରେ ରହିଛି ୧୪ଟି ଚୌକା ଓ ଗୋଟିଏ ଛକା । ହେଲେ ଦଳର ବିପଦ ବେଳେ ଅସୀମ ଧର‌୍ୟ୍ୟ ଦେଖାଇଛନ୍ତି ହିଟମ୍ୟାନ ଭାବେ ପରିଚିତ ଓପନର ରୋହିତ ଶର୍ମା । ପ୍ରଥମେ କେ.ଏଲ ରାହୁଲ (୪୬) ଓ ପରେ ଚେତେଶ୍ୱର ପୂଜାରା (୬୧)ଙ୍କ ସହ ବଢିଆ ଭାଗିଦାରୀ କରିଥିଲେ । ହେଲେ ଓଲି ରବିନସନ ଉଭୟ ରୋହିତ ଓ ପୂଜାରାଙ୍କୁ ଗୋଟିଏ ଓଭରର ପ୍ରଥମ ଓ ଶେଷ ବଲରେ ଆଉଟ କରି ଦେଇଥିଲେ ।

ଏହା ପରେ ଅଧିନାୟକ ବିରାଟ କୋହଲି (ଅପରାଜିତା ୨୨) ଓ ରବୀନ୍ଦ୍ର ଜାଡେଜା (ଅପରାଜିତ ୯) ପାଳି ସମ୍ଭାଳିଥିଲେ । ଆଜି ତୃତୀୟ ଦିନ ଖେଳ ଶେଷ ବେଳକୁ ଭାରତୀୟ ଦଳ ୩ ଉଇକେଟ ହରାଇ ୨୭୦ ରନ କରିବା ସହ ଇଂଲଣ୍ଡ ଠାରୁ ୧୭୧ ରନରେ ଆଗୁଆ ରହିଛି ।

 

score

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.