ଲଗାତାର ୧୪ ଥର ଟସ୍ ହାରିଲା ଭାରତ, ଟସ୍ ହାରି ମଧ୍ୟ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ୩ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି ଟିମ୍

ଇଂଲଣ୍ଡ ଓ ଭାରତ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ବୁଧବାର ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ । ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ଆଣ୍ଡରସନ-ତେନ୍ଦୁଲକର ସିରିଜରେ ଲଗାତାର ଚତୁର୍ଥ ଥର ଟସ୍ ହାରିଛି ଭାରତ । ଅଧିନାୟକ ଭାବେ ଶୁଭମନ ଗିଲ୍ ଏ ପର୍ଯ୍ୟନ୍ତ ଗୋଟିଏ ବି ଟସ୍ ଜିତି ପାରି ନାହାନ୍ତି । ଭାରତୀୟ ଦଳର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଲଗାତାର ସବୁଠୁ ଅଧିକ ଟସ୍ ହାରିବାର ଧାରା ଜାରି ରହିଛି । ଅନ୍ତର୍ଜାତୀୟ କ୍ରିକେଟରେ ଲଗାତାର ସବୁଠୁ ଅଧିକ ଥର ଟସ୍ ହାରିବାର ରେକର୍ଡ ଭାରତ ନାଁରେ ରହିଛି। ଭାରତ ୨୦୨୫ ଜାନୁଆରୀ ୩୧ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଲଗାତାର ୧୪ ଥର ଟସ୍ ହାରି ସାରିଛି । ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି ଓ୍ଵେଷ୍ଟଇଣ୍ଡିଜ ।

ମାଞ୍ଚେଷ୍ଟର ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ସମସ୍ୟା ଲାଗିରହିଛି । ତେଣୁ ଏହି ମ୍ୟାଚରେ ଭାରତ ୩ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି । ନମ୍ବର ୩ରେ ବ୍ୟାଟିଂ କରୁଥିବା କରୁଣ ନାୟରଙ୍କୁ ବାଦ୍ ଦିଆଯାଇ ସାଇ ସୁଦର୍ଶନଙ୍କୁ ସୁଯୋଗ ଦିଆଯାଇଛି । ଆହତ ହୋଇ ସିରିଜରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି । ସେହିପରି ଆହତ ଯୋଗୁଁ ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଆକାଶଦୀପ । ଆଉ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି ଅଂଶୁଲ କମ୍ବୋଜ ।

ଭାରତୀୟ ଟିମ୍ : ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ), ରିଷଭ ପନ୍ତ ( ଉପ ଅଧିନାୟକ-ୱିକେଟ କିପର), ରବିନ୍ଦ୍ର ଜାଡୋଜ, ଶାର୍ଦ୍ଦୁଳ ଠାକୁର, ଅଂଶୁଲ କମ୍ବୋଜ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।

Also Read : ଚାଷୀ ପୁଅ ଅଂଶୁଲ, ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପାଇଁ ଭାରତୀୟ ଟିମରେ ହେଲେ ସାମିଲ