ଭାରତ-ଇଂଲଣ୍ଡ ମଧ୍ୟରେ ଟି୨୦ ଏବଂ ଦିନିକିଆ ସିରିଜ ଖେଳସୂଚୀ ଘୋଷଣା, ଫେବୃଆରୀ ୯ କଟକରେ ଖେଳାଯିବ ଦିନିକିଆ ମ୍ୟାଚ୍

ଭାରତ-ଇଂଲଣ୍ଡ ମଧ୍ୟରେ ଟି୨୦ ଏବଂ ଦିନିକିଆ ସିରିଜ ପାଇଁ ଖେଳସୂଚୀ ଘୋଷଣା ହୋଇଛି । ୫ଟି ୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ସିରିଜର ଆରମ୍ଭ ୨୨ ଜାନୁଆରୀରୁ ହେବ । ଇଂଲଣ୍ଡ ଟି୨୦ ଏବଂ ଦିନିକିଆ ସିରିଜ ପାଇଁ ଟିମ୍ ଘୋଷଣା କରିସାରିଥିବା ବେଳେ ଭାରତ ଟିମ୍ ଘୋଷଣା କରିନାହିଁ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟି୨୦ ମ୍ୟାଚ ଖେଳାଯିବ । ଏହାପରେ ୩ଟି ଦିନିକିଆ ସିରିଜ ଖେଳାଯିବ । ଟି୨୦ ସିରିଜର ମ୍ୟାଚ କୋଲକତା, ଚେନ୍ନାଇ, ରାଜକୋଟ, ପୁଣେ ଏବଂ ମୁମ୍ବାଇରେ ଖେଳାଯିବ । ଦିନିକିଆ ମ୍ୟାଚ ନାଗପୁର, କଟକ ଏବଂ ଅହମଦାବାଦରେ ହେବ । ୨୨ ଜାନୁଆରୀରୁ ୨ ଫେବୃଆରୀ ମଧ୍ୟରେ ଟି୨୦ ସିରିଜ ଖେଳାଯିବ । ଟି୨୦ ସିରିଜ ମ୍ୟାଚ ସନ୍ଧ୍ୟା ୭ରୁ ଆରମ୍ଭ ହେବ । ସେହିପରି ୬ ଫେବୃଆରୀରୁ ୧୨ ଫେବୃଆରୀ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ଦିନିକିଆ ସିରିଜ ମ୍ୟାଚ୍ ଆରମ୍ଭ ଅପରାହ୍ନ ୧.୩୦ରୁ ହେବ ।

ଭାରତ-ଇଂଲଣ୍ଡ ଟି୨୦ ସିରିଜ ଖେଳସୂଚୀ :

୨୨ ଜାନୁଆରୀ : ପ୍ରଥମ ଟି୨୦, କୋଲକତା
୨୫ ଜାନୁଆରୀ : ଦ୍ବିତୀୟ ଟି୨୦, ଚେନ୍ନାଇ
୨୮ ଜାନୁଆରୀ : ତୃତୀୟ ଟି୨୦, ରାଜକୋଟ
୩୧ ଜାନୁଆରୀ : ଚତୁର୍ଥ ଟି୨୦, ପୁଣେ
୨ ଫେବୃଆରୀ : ପଞ୍ଚମ ଟି୨୦, ମୁମ୍ବାଇ

ଦିନିକିଆ ସିରିଜ :

୬ ଫେବୃଆରୀ : ପ୍ରଥମ ଦିନିକିଆ, ନାଗପୁର
୯ ଫେବୃଆରୀ : ଦ୍ବିତୀୟ ଦିନିକିଆ, କଟକ
୧୨ ଫେବୃଆରୀ : ତୃତୀୟ ଦିନିକିଆ, ଅହମଦାବାଦ

ସୂଚନାଯୋଗ୍ୟ, ରୋହିତ ଓ କୋହଲିଙ୍କୁ ଫେବୃଆରୀ ୬ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତ ଦିନିକିଆରେ ଏହି ଗୋଟିଏ ମାତ୍ର ସିରିଜ ଖେଳିବ । ତେଣୁ ଉଭୟ ବିରାଟ ଓ କୋହଲିଙ୍କୁ ଏହି ସିରିଜରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ୨୨ ଫେବ୍‌ଆରୀରୁ ହେବ । ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ ।