ଆଜି ମୁହାଁମୁହିଁ ହେବେ ଟିମ୍‌ ଇଣ୍ଡିଆ ଏବଂ ହଂକଂ, ପୂର୍ବରୁ କେବେ ବି ଖେଳିନାହାନ୍ତି ଟି-୨୦ ମ୍ୟାଚ୍‌

ଆଜି ଏସିଆ କପରେ ମୁହାଁମୁହିଁ ହେବେ ଟିମ୍‌ ଇଣ୍ଡିଆ ବନାମ ହଂକଂ। ଦୁଇଟି ଯାକ ଟିମ୍‌ ମଧ୍ୟରେ ରୋମାଞ୍ଚକ ମୁକାବିଲା ଆଜି ଦେଖିବାକୁ ମିଳିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ହଂକଂ ବିପକ୍ଷରେ ଟି-୨୦ କିମ୍ବା ଟେଷ୍ଟ କ୍ରିକେଟ ଖେଳିନାହିଁ। ଦୁଇଟି ଯାକ ଟିମ୍‌ ପରସ୍ପର ମଧ୍ୟ କେବଳ ଦିନିକିଆ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ଟିମ୍‌ ଇଣ୍ଡିଆ ହଂକଂ ବିପକ୍ଷରେ ବିଜୟ ଲାଭ କରିଛି।

ସୂଚନା ଯୋଗ୍ୟ, ଦୁଇଟି ଯାକ ଟିମ୍‌ ମଧ୍ୟରେ ୨୦୧୮ରେ ଦିନିକିଆ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ଭାରତ ୨୬ ରନରେ ବିଜୟ ଲାଭ କରିଥିଲା। ତେବେ ଆଜିର ମ୍ୟାଚରେ ଭାରତୀୟ ଫ୍ୟାନ୍ସଙ୍କ ନଜର ରୋହିତ ଶର୍ମା, କେଏଲ ରାହୁଲ ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ। ପାକିସ୍ତାନ ବିପକ୍ଷ ମ୍ୟାଚରେ କେଏଲ ରାହୁଲ ବିନା ଖାତା ଖୋଲି ଆଉଟ୍‌ ହୋଥିଲେ। ସେହିପରି ରୋହିତ ଶର୍ମା ୧୨ ରନ କରିଥିବା ବେଳେ କୋହଲି ୩୫ ରନ୍‌ କରିଥିଲେ।

ଭାରତ ପାଇଁ ଓପନିଂ ରୋହିତ-ରାହୁଲ କରିପାରନ୍ତି। ପ୍ରଥମ ମ୍ୟାଚରେ କେଏଲ୍‌ ରାହୁଲ ୦ ରନରେ ଆଉଟ୍‌ ହୋଇ ଫ୍ୟାନ୍ସଙ୍କୁ ନିରାଶ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ପୁରୁଣା ଲୟରେ ନଜର ଆସିଛନ୍ତି। ୩ ନଂରେ ବିରାଟ କୋହଲି ବ୍ୟାଟିଂ କରିବା ସୁନିଶ୍ଚିତ। ପାକିସ୍ତାନ ବିପକ୍ଷରେ ଭଲ ଖେଳିଥିଲେ ବିରାଟ। କିନ୍ତୁ ବଡ ଇନିଂସ ଖେଳିପାରିନଥିଲେ। ହଂକଂ ବିପକ୍ଷରେ ନିଜ ପୁରୁଣା ଫର୍ମକୁ ଫେରିବାକୁ କୋହଲି ଚେଷ୍ଟା କରିବେ।

ହଂକଂ ଟିମ୍‌ର ଅଧିନାୟକ ନିଜାକତ ଖାନ, ବାବର ହାୟତ, ୟସ୍ମିନ ମୁର୍ତଜାଙ୍କ ଭରସାରେ ଟିମ୍‌ ମଇଦାନକୁ ଓହ୍ଲାଇବ। ହଂକଂର ଏହି ଖେଳାଳି ଭଲ ପ୍ରଦର୍ଶନ କରନ୍ତି।

ଟିମ୍‌ ଇଣ୍ଡିଆ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଋିଷଭ ପନ୍ତ।
ହଂକ ଟିମ୍‌ : ନିଜାକତ ଖାନ୍‌(ଅଧିନାୟକ), ବାବର ହୟାତ, ୟାସ୍ମିନ ମୁର୍ତଜା, କିନଚିତ ଶାହ, ସ୍କଟ ମେକକେନୀ, ହାରୁନ ଅର୍ସଦ, ଏଜାଜ ଖାନ, ଜିସାନ ଅଲ୍ଲୀ, ଏହସାସ ଖାନ, ଆୟୁଷ ଶୁକ୍ଲା, ମୋହମ୍ମଦ ଗଜାନଫର।

Leave A Reply

Your email address will not be published.