ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ : ଭାରତକୁ ୩୦୧ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ, ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ

ଭଦୋଦରା କୋଟାମ୍ବି କ୍ରିକେଟ ଷ୍ଟାଡ଼ିୟମରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଦିନିକିଆରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ୫୦ ଓଭର ଖେଳି ନ୍ୟୁଜିଲାଣ୍ଡ ୮ ୱିକେଟ ହରାଇ ୩୦୦ ରନ କରିଛି । ଭାରତକୁ ୩୦୧ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଡିପି କନୱେ ୫୬ ରନ୍, ନିକୋଲସ ୬୨ ରନ୍, ଡାରେଲ ମିଚେଲ ୮୪ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ଭିତରେ ୟାଙ୍ଗ ୧୨, ଫିଲିପ୍ସ ୧୨ ଏବଂ ହାଏ ୧୮ ରନ୍ କରି ଆଉଟ ହୋଇଛନ୍ତି । ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ ମିଳିଛି ।

ଚୂଡାନ୍ତ ଏକାଦଶରେ ୬ ବୋଲର ସାମିଲ ହୋଇଛନ୍ତି । ୩ ସ୍ପେସ୍ ଏବଂ ୩ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ସିରାଜ, ହର୍ଷିତ, ପ୍ରସିଦ୍ଧଙ୍କ ସହ ଜାଡେଜା, ୱାଶିଂଟନ, କୁଲଦୀପ ସାମିଲ ହୋଇଛନ୍ତି । ଆହତ ରିଷଭ ପନ୍ତ ଆଉଟ୍ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କ ଇନ୍ ହୋଇଛି ।

Also Read : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ, ରିଷଭ ପନ୍ତଙ୍କ ସ୍ଥାନରେ ଏହି ଷ୍ଟାର ଖେଳାଳିଙ୍କୁ ମିଳିଲା ସୁଯୋଗ