ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ : ଭାରତୀୟ ବୋଲର କଲେ କମାଲ୍‌, ୧୦୮ ରନରେ ଅଲଆଉଟ ହେଲା ନ୍ୟୁଜିଲାଣ୍ଡ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ମ୍ୟାଚରେ ୧୦୮ ରନରେ ଅଲଆଉଟ୍‌ ହେଲା ନ୍ୟୁଜିଲାଣ୍ଡ । ଦ୍ୱିତୀୟ ଦିନିକିଆ ମ୍ୟାଚ ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତର ଘାତକ ବୋଲିଂ ସାମ୍ନାରେ ତିଷ୍ଠି ପାରିନଥିଲା ନ୍ୟୁଜିଲାଣ୍ଡ। ୧୦୮ ରନରେ ଅଲଆଉଟ୍‌ ହୋଇଯାଇଥିଲା । ପ୍ରଥମ ଦିନିକିଆ ଜିତି ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ।

ଦ୍ୱିତୀୟ ଦିନିକିଆରେ ମାତ୍ର ୧୦୮ ରନରେ ସୀମିତ ରହିଥିଲା ଭ୍ରମଣକାରୀ ଦଳ । ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ବି ଛୁଇଁ ପାରିଲେ ନାହିଁ । କେହି ଜଣେ ବି ମାରି ପାରିଲେ ନାହିଁ ଅର୍ଦ୍ଧଶତକ । ନ୍ୟୁଜିଲାଣ୍ଡ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟର ସାମନା କରିଥିଲା । ମାତ୍ର ୧୫ ରନରେ ୫ଟି ଓ୍ଵିକେଟ ହରାଇଥିଲା କିଓ୍ଵି ଦଳ । ପରେ ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରାସେଓ୍ଵଲ୍, ମିଚେଲ୍ ସାଣ୍ଟନର କିଛି ସମୟ ପାଇଁ ଇନିଂସ ସମ୍ଭାଳିଥିଲେ । ହେଲେ ସେମାନେ ମଧ୍ୟଅଧିକ ସମୟ ତିଷ୍ଠି ପାରି ନଥିଲେ । ଭାରତ ଆଗରେ ବିଜୟ ପାଇଁ ୧୦୯ ରନ୍ ଟାର୍ଗେଟ ଦେଇଛି ନ୍ୟୁଜିଲାଣ୍ଡ ।

ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ଵିକେଟ, ଓ୍ଵାଂଶିଟନ ସୁନ୍ଦର ଏବଂ ପାଣ୍ଡ୍ୟା ୨ଟି, ସିରାଜ, ଠାକୁର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି । ଆଜି ମ୍ୟାଚ୍ ଜିତିଲେ ଭାରତ ଆଗୁଆ ସିରିଜ କବଜା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.