କ୍ରୀଡା

ଆଜି ମୁହାଁମହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ, ବିଶ୍ୱକପରେ ଉଭୟେ ହାରିନାହାନ୍ତି କୌଣସି ମ୍ୟାଚ୍‌

ଆଜି ଧର୍ମଶାଳାରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ । ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ ୪ଟି ମ୍ୟାଚ ଖେଳିଥିବା ବେଳେ ୪ଟି ଯାକରେ ବିଜୟ ପାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ପ୍ରମୁଖ ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଭାରତ ପଡିଆକୁ ଓହ୍ଲାଇବ । ପାଣ୍ଡ୍ୟାଙ୍କ ସ୍ଥାନରେ ଟିମରେ କାହାକୁ ଜାଗା ମିଳିବ, ତାହାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛି । ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ମ୍ୟାଚ୍ ହାରିନାହାନ୍ତି।

ଏଭଳି ସ୍ଥିତିରେ ମହମ୍ମଦ ସାମି ଚଳିତ ବିଶ୍ବକପରେ ପ୍ରଥମ ମ୍ୟାଚ୍ ଖେଳିବା ସମ୍ଭାବନା ରହିଛି। ଧର୍ମଶାଳା ପିଚ୍ ବୋଲରଙ୍କୁ କିଛିଟା ସୁହାଉଛି। ତେଣୁ ସାମିଙ୍କ ପାଇଁ ଏହା ଭଲ ସୁଯୋଗ ହୋଇପାରିବ। ଏହାଛଡ଼ା ସୂର୍ଯ୍ୟକୁମାର ଯାଦବ ମଧ୍ୟ ପାଣ୍ଡ୍ୟାଙ୍କ ସ୍ଥାନ ନେବାକୁ ଅନ୍ୟତମ ଦାବିଦାର ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପରେ ଦ୍ବିତୀୟ ସୁଯୋଗ ଅପେକ୍ଷାରେ ଥିବା ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଉଭୟ ବ୍ୟାଟ୍ ଓ ବଲରେ ଭଲ ଖେଳିପାରିବେ।

ଭାରତୀୟ ଦଳର ଅଭ୍ୟାସ ସମୟରେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନ ଆହତ ହୋଇଛନ୍ତି । ଥ୍ରୋ-ଡାଉନ୍ ଅଭ୍ୟାସ କରୁଥିବା ବେଳେ ବଲ୍ ତାଙ୍କ ଡାହାଣ ହାତରେ ବାଜିଥିଲା । ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ଡ୍ରେସିଂ ରୁମ୍ ଚାଲିଯାଇଥିଲେ । ସେହିପରି ଈଶାନ ବ୍ୟାଟିଂ କରୁଥିବା ବେଳେ ତାଙ୍କ ବେକ ପଛପଟକୁ ମହୁମାଛି କାମୁଡି ଦେବାରୁ ସେ ବ୍ୟାଟ୍ ଫୋପାଡି ଦୌଡ଼ିଥିଲେ । ସେ ମଧ୍ୟ ତୁରନ୍ତ ଡ୍ରେସିଂ ରୁମ୍ ଚାଲିଯାଇଥିଲା ବେଳେ ଆଉ ଅଭ୍ୟାସକୁ ଫେରିନଥିଲେ ।

ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ୧୧୬ ଥର ମୁହାଁମୁହିଁ ହୋଇଛନ୍ତି । ୫୮ ଥର ଭାରତ ଜିତିଥିବା ବେଳେ ୫୦ ଥର ଜିତିଛି ନ୍ୟୁଜିଲାଣ୍ଡ । ଗୋଟିଏ ମ୍ଯାଚ ଟାଇ ହୋଇଥିବା ବେଳେ ୭ଟି ମ୍ୟାଚର ଫଳାଫଳ ଟାଇ ରହିଛି । ଉଭୟ ଦେଶ ବିଶ୍ବକପରେ ୮ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୩ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚରେ ବାଜିମାତ କରିଛି । ଦିନିକିଆ ବିଶ୍ବକପ ୨୦୦୩ ପରଠାରୁ ଭାରତ ବିପକ୍ଷରେ କିୱି ଟିମ ଅପରାଜୟ ରହିଛି । ଅର୍ଥାତ ୨୦ ବର୍ଷ ହେଲା ଭାରତ ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ହାରି ଆସୁଛି ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ/ଈଶାନ କିଶନ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

27 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago