ଭାରତ-ନ୍ୟୁଜିଲାଣ୍ଡ WTC ଫାଇନାଲରେ ଯଶପ୍ରୀତ ବୁମ୍‌ରାହ କଲେ ବଡ଼ ଭୁଲ, ଅଲଗା ଜର୍ସି ପିନ୍ଧି ଓହ୍ଲାଇଲେ ପଡ଼ିଆକୁ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନ୍‌ରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ ସିପ୍‌ରେ ଭାରତୀୟ କ୍ରିକେଟର ଯଶପ୍ରୀତ ବୁମ୍‌ରାହ ଏକ ବଡ଼ ଭୁଲ କରିଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତୀୟ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବା ବେଳେ ଯଶପ୍ରୀତ୍‌ ବୁମ୍‌ରାହ ଏକ ବଡ଼ ଭୁଲ କରି ଦେଇଥିଲେ। ବୁମ୍‌ରାହ୍‌ ମ୍ୟାଚ୍‌ ପାଇଁ ନିର୍ଦ୍ଧାରିତ ହୋଇଥିବା ଜର୍ସି ବଦଳରେ ରେଗୁଲାର ଜର୍ସି ପିନ୍ଧି ପଡ଼ିଆକୁ ଚାଲି ଆସିଥିଲେ।

ତେବେ କିଛି ସମୟ ପରେ ସେ ଏ ବିଷୟରେ ଜାଣିବା ପରେ ନିଜ ଭୁଲ ବୁଝିପାରି ପୁଣିଥରେ ଡ୍ରେସିଂ ରୁମ୍‌କୁ ଫେରି ଡ୍ରେସ୍‌ ବଦଳାଥିବା ଦେଖିବାକୁ ମିଳିଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଫଟୋ:

ସୂଚନାଯୋଗ୍ୟ ଯେ ଭୁଲ ଜର୍ସି ପିନ୍ଧିଥିବା ଜାଣିବା ପରେ ବୁମ୍‌ରାହ ତୁରନ୍ତ ନିଜ ଭୁଲ ସୁଧାରିଥିଲେ। ଗୋଟିଏ ଓଭର ପରେ ବ୍ରେକ୍‌ରେ ସେ ଡ୍ରେସିଂ ରୁମ୍‌ ଯାଇ ଜର୍ସି ବଦଳାଇ ପୁଣି ପଡ଼ିଆକୁ ଆସିଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.