ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ମଜାକ୍ ଉଡ଼ାଇଲେ ମାଇକେଲ ଭାନ୍ ଏବଂ ଓ୍ଵାସିମ୍ ଜାଫର

କେନ୍ୟୁଜ୍: ଗତ ଶୁକ୍ରବାର ଦିନ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ ମାଇକେଲ ଭାନ୍ ଏବଂ ଭାରତର ପୂର୍ବତନ ଖେଳାଳି ଓ୍ଵାସିମ ଜାଫର ଟିମ୍ ଇଣ୍ଡିଆର ମଜାକ୍ ଉଡ଼ାଇଛନ୍ତି । ଏହି ଦୁଇ ପୂର୍ବ କ୍ରିକେଟର ଭାରତର ହାରିବାର କାରଣ ବୋଲରମାନଙ୍କୁ ଦର୍ଶାଇଛନ୍ତି । ଟି-୨୦ ସିରିଜକୁ ୧-୦ରେ ଜିତିବା ପରେ ଭାରତୀୟ ଦଳ ୨୫ ନଭେମ୍ବରରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା । ପ୍ରଥମେ କିଓ୍ଵି ଦଳ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତିନେଇଥିଲା । ଶିଖର ଧାଓ୍ଵନଙ୍କ ନେତୃତ୍ୱରେ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ଭଲ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳକୁ ୩୦୭ ରନର ଟାର୍ଗେଟ ଦେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆ ୩୦୬ ରନର ଏକ ଭଲ ସ୍କୋର କରି ଥିଲେ ମଧ୍ୟ ଭାରତୀୟ ବୋଲର କିଓ୍ଵି ଦଳକୁ ରୋକିବାରେ ଅସମର୍ଥ ହୋଇଥିଲେ ।
ଭାରତୀୟ ବୋଲରଙ୍କ ଏହି ବୋଲିଂର ମଜାକ୍ ଉଡ଼ାଇଛନ୍ତି ଭାରତର ପୂର୍ବ ଖେଳାଳି ଓ୍ଵାସିମ୍ ଜାଫର । ସେ କହିଛନ୍ତି, ‘ ନ୍ୟୁଜିଲାଣ୍ଡ ୩୦୭ ରନର ଟାର୍ଗେଟକୁ ୨୭୦ ପରି କରିଦେଲ । ଓ୍ଵଲିୟମସନ୍ଙ୍କ ଚିରାଚରିତ ଖେଳ ଏବଂ ଲଥାମ୍ଙ୍କ ବିସ୍ଫୋରକ ପାଳି ଭାରତ ଠାରୁ ମ୍ୟାଚ୍ ଛଡ଼ାଇ ନେଲା । ସେ ଓ୍ଵଲିୟମସନ୍ଙ୍କୁ ପ୍ରଶଂସା କରି କହିଲେ, ଜଣେ ଭଲ ବ୍ୟାଟର ଅତି ନିମ୍ନ କ୍ରମରେ ଆସି ଏତେ ଭଲ ପ୍ରଦର୍ଶନ କରିବା ଗୋଟିଏ ଛୋଟ କଥା ନୁହେଁ । ସେ ଆହୁରି କହିଥିଲେ ଭାରତ ୫ ଜଣ ବୋଲରଙ୍କୁ ଖେଳାଇ ଭୁଲ କଲା ଏବଂ ପ୍ରଥମ ଦନିକିଆ ମ୍ୟାଚ୍ରେ ଦୀପକ ହୁଡ୍ଡାଙ୍କ ପରି ଅନୁଭବି ବୋଲରଙ୍କୁ ଖେଳାଇବା ନିହାତି ଦରକାର ଥିଲା’ ।
Well played @BLACKCAPS 👏🏽 Made 300 look like 270. Williamson all class as always but Latham stole the show. Not easy for an opener to move down the order and still be successful. India missed a trick by just playing 5 bowlers. #NZvIND pic.twitter.com/bcGnf6K5Ry
— Wasim Jaffer (@WasimJaffer14) November 25, 2022
ଓ୍ଵାସିମ୍ଙ୍କ ଏହି ଟ୍ଵିଟ୍ ପରେ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ ମାଇକେଲ ଭାନ୍ଙ୍କୁ ସୁଯୋଗ ମିଳିଗଲା, ସେ ମଧ୍ୟ ଟ୍ଵିଟ୍ କରି ଲେଖିଥିଲେ,‘ଭାରତୀୟ ବୋଲର, ଏପର୍ଯ୍ୟନ୍ତ ପୁରୁଣା ଶୈଳୀରେ ବୋଲିଂ କରୁଛନ୍ତି । ସେ ଜାଫରଙ୍କୁ ଉତ୍ତର ଦେଇ କହିଛନ୍ତି, ନ୍ୟୁଜିଲାଣ୍ଡ ହେଉଛି ଏକ ଆଧୁନିକ ଓ୍ଵାନ୍ଡେ ଟିମ୍, ଅତି କମ୍ରେ ଭାରତ ୭ ନହେଲେ ବି ୬ଜଣ ବୋଲର ଖେଳାଇବା ନିହାତି ଦରକାର’ ।
ବିଶ୍ୱକପ ସେମିଫାଇନାଲ ହାରିବା ପରେ ବି ଭାନ୍ ଉଡ଼ାଇଥିଲେ ମଜାକ୍:
ଭାରତ ଟି-୨୦ ବିଶ୍ୱକପରୁ ବାଦ ପଡ଼ିବା ପରେ ବି ଟିମ୍ ଇଣ୍ଡିଆର ମଜାକ୍ ଉଡ଼ାଥିଲେ, ମାଇକେଲ ଭାନ୍ । ସେ କହିଥିଲେ ଭାରତ କ୍ରିକେଟ ଇତିହାସରେ ଖରାପ ପ୍ରଦର୍ଶନ କରିଥିବା ଧଳା ବଲର ଟିମ୍ । ଯେଉଁମାନେ ଆଇପିଏଲ୍ ଖେଳିବା ପାଇଁ ଯାଆନ୍ତି, ପ୍ରତ୍ୟେକ ଖେଳାଳି କୁହନ୍ତି, ତାଙ୍କ ଖେଳରେ କେତେ ସୁଧାର ହୋଇଛି । କିନ୍ତୁ, ଭାରତ ୨୦୧୧ରେ ନିଜର ଘରୋଇ ମାଟିରେ ଦିନିକିଆ ବିଶ୍ୱକପ ଜିତିବା ପରେ ଆଉ କିଛି ହାସଲ କରିନାହିଁ । ଭାରତ ଏବେ ବି ପୁରୁଣା ଶୈଳୀରେ କ୍ରିକେଟ ଖେଳୁଛି ।
Well played @BLACKCAPS 👏🏽 Made 300 look like 270. Williamson all class as always but Latham stole the show. Not easy for an opener to move down the order and still be successful. India missed a trick by just playing 5 bowlers. #NZvIND pic.twitter.com/bcGnf6K5Ry
— Wasim Jaffer (@WasimJaffer14) November 25, 2022
ଗତ ମ୍ୟାଚ୍ରେ ଭାରତୀୟ ଦଳ ୭ ଓ୍ଵିକେଟ ହରାଇ ୩୦୬ ରନ ସଂଗ୍ରହ କରିଥିଲା । ସର୍ବାଧିକ ଶ୍ରେୟସ ଆୟର ୮୦ ରନ, ଅଧିନାୟକ ଶିଖର ଧାଓ୍ଵନ ୭୨ ଏବଂ ଶୁଭମନ ଗିଲ୍ ୫୦ ରନ କରିଥିଲେ । ନ୍ୟୁଜିଲାଣ୍ଡର ରୋକି ଫର୍ଗୁସନ ଏବଂ ଟିମ୍ ସାଉଦି ୩ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୭ ରନ ବାକି ଥାଇ ଶୃଙ୍ଖଳାକୁ ଜିତି ନେଇଥିଲା । ସର୍ବାଧିକ ୧୪୫ ରନର ଧୁଆଁଧାର ପାଳି ଖେଳିଥିଲେ ଟମ୍ ଲଥାମ୍ ଯେଉଁଥିରେ ୧୯ଟି ଚଉକା ଏବଂ ୫ଟି ଛକା ସାମିଲ ଥିଲା । କିଓ୍ଵି ଅଧିନାୟକ କେନ୍ ଓ୍ଵଲିୟମସନ୍ ମଧ୍ୟ ୯୮ ବଲରେ ୯୪ରନର ଏକ ଭଲ ପାଳି ଖେଳିଥିଲେ । ଏହି ଦୁଇ ଟିମ୍ର ଦିତୀୟ ଦିନିକିଆ ରବିବାର ୨୭ ନଭେମ୍ବରକୁ ହାମିଲଟନରେ ଖେଳାଯିବ ।