ବିଶ୍ୱକପରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚର ବଲକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କଲା ଆଇସିସି

ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପ ୨୦୧୯ ଏବେ ଶେଷ ପର୍ଯ୍ୟାୟରେ ପହଁଚିଯାଇଛି । ଭାରତରୁ ପରାସ୍ତ କରି ନ୍ଯୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଁଚି ଯାଇଛନ୍ତି । ନ୍ଯୁଜିଲାଣ୍ଡ ଓ ଇଂଲଣ୍ଡ ଭିତରେ ଫାଇନାଲ୍  ମ୍ୟାଚ ଆସନ୍ତା ରବିବାର ୩ଟା ବେଳେ ଖେଳାଯିବ। ଏହି ପରିପେକ୍ଷୀରେ ବର୍ତ୍ତମାନ ବିଶ୍ୱକପର ସବୁ ମ୍ୟାଚର ବ୍ୟାଟ ଓ ବଲ ବିକ୍ରି କରୁଛି ଆଇସିସି । ତେବେ ଏହି ବିଶ୍ୱକପରେ ସବୁଠାରୁ ଚର୍ଚ୍ଚିତ ମ୍ୟାଚ ଥିଲା ଭାରତ-ପାକିସ୍ତାନର। ଯେଉଁ ମ୍ୟାଚର ବଲକୁ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇଛି।

ଏହାସହ ପଢନ୍ତୁ: ବିଶ୍ୱକପ୍‌ ଫାଇନାଲ୍‌ରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁକାବିଲା, ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ପରାସ୍ତ

ind vs pakଜୁନ ୧୬ରେ ମଞ୍ଚେଷ୍ଟରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବ୍ୟବହାର ହୋଇଥିବା ବଲକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଆଇସିସି ମେମୋରେବେଲା ୱେବସାଇଟ ମାଧ୍ୟମରେ ଏହି ବଲକୁ ବିକ୍ରି କରିଛି । ଖେଳ ସରିବାର ମାତ୍ର କିଛି ସମୟ ମଧ୍ୟରେ ଏହି ବଲ ବିକ୍ରି ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.