ଟି୨୦ ବିଶ୍ୱକପ : ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ରୋମାଞ୍ଚ, ଗାର୍ଡି ପାର୍କିଂ ଫି ଆକାଶଛୁଆଁ

ଟି୨୦ ବିଶ୍ୱକପକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । କିନ୍ତୁ କ୍ରିକେଟ ପ୍ରେମୀ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ରୋମାଞ୍ଚକ ମ୍ୟାଚକୁ ଚାହିଁ ରହିଛନ୍ତି । ଭାରତ ବନାମ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ଜୁନ୍‌ ୯ ତାରିଖରେ ନ୍ୟୁୟର୍କ ସ୍ଥିତ ନାସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଦୁଇଟି ଯାକ ଟିମ୍‌ ପ୍ରସ୍ତୁତ ରହିଛି । ହେଲେ ଏହି ଟିକେଟ ଦାମ୍‌ ଭଳି ଗାଡି ପାର୍କିଂର ଦାମ୍‌ ଆକାଶଛୁଆଁ ହୋଇଛି ।

ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଆସିବା ଦର୍ଶକ ଗାଡି ପାର୍କିଂ ଏରିଆରେ ରଖିବେ । ତେଣୁ ପାର୍କିଂ ଏରିଆରେ ଚାର୍ଜ ମଧ୍ୟ ବୃଦ୍ଧି ପାଇଛି । ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଭାରତ-ଆୟରଲାଣ୍ଡ ମ୍ୟାଚରେ ପାର୍କିଂ ପାଇଁ ୧୨୦୦ ଡଲାର ୧ ଲକ୍ଷ ଖର୍ଚ୍ଚ କରିଛନ୍ତି । ଟିକେଟ ଦାମ୍‌ ସହିତ ଗାଡି ପାର୍କିଂ ଫି ମଧ୍ୟ ଆକାଶଛୁଆଁ ହୋଇଛି ।

ଭାରତ-ପାକିସ୍ତାନ ମ୍ୟାଚ ଦିନକୁ ଦିନ ପାଖେଇ ଆସୁଥିବା ବେଳେ ଟିକେଟ ଦାମ୍‌ ମଧ୍ୟ ଆକାଶଛୁଆଁ ହୋଇଛି । ଏହି ମ୍ୟାଚ୍‌ ପାଇଁ ପ୍ରାରମ୍ଭିକ ଟିକେଟ ଦାମ୍‌ ୩୦୦ ୟୁଏସ ଡଲାର ଅର୍ଥାତ୍‌ ୨୫,୦୦୦ ଟଙ୍କା ରହିଛି । ତେବେ ଏହି ମ୍ୟାଚରେ ସବୁଠାରୁ ଅଧିକ ଟିକେଟ ଦାମ୍‌ ୧୦ ହଜାର ଡଲାର ବା ୮.୩ ଲକ୍ଷ ଟଙ୍କା ରହିଛି ବୋଲି ଜଣାପଡିଛି ।

ଜୁନ୍‌ ୯ରେ ନ୍ୟୁୟର୍କରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେଣୁ ଚିର ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲ ପାଇଁ ଫ୍ୟାନ୍ସ ଆହୁରି ଟିକେଟ ଦାବି କରୁଥିିଲେ ।  ଆଇସିସି ଟିକେଟ ଜାରି କରିବା ପାଇଁ ସହଭାଗୀଙ୍କ ସହିତ ମିଶିଛି । ଟିକେଟ ନେଇ କିଭଳି ଅଧିକ ଫ୍ୟାନ୍ସ ମ୍ୟାଚ ଦେଖିବେ, ତାହା ମଧ୍ୟ ସୁନିଶ୍ଚିତ କରାଯାଇଛି । ଆଇସିସି କହିଛି କି, ଟେକ୍ସାସ ଏବଂ ଫ୍ଲୋରିଡାରେ ହେବାକୁ ଥିବା ମ୍ୟାଚ୍‌ ପାଇଁ ଅଧିକ ଟିକେଟ ଉପଲବ୍ଧ କରାଯିବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ : 

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

You might also like