IND vs PAK T20: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ପ୍ରତିବର୍ଷ ମୁହାଁମୁହିଁ ହେବେ ଇଣ୍ଡିଆ-ପାକିସ୍ତାନ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ଦୁଇ ଦେଶ ମଧ୍ୟରେ ଯେବେ ଯେବେ ମ୍ୟାଚ ଖେଳାଯିବାର ତାରିଖ ଘୋଷଣା ହୁଏ , ସେବେଠାରୁ ଦୁଇ ଦେଶ ମଧ୍ୟରେ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ତେବେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ଥିବାରୁ ଦୁଇ ଦଳ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଏ ନାହିଁ। କିନ୍ତୁ ବର୍ତ୍ତମାନ ଉଭୟ ଦଳ ପ୍ରତିବର୍ଷ ପରସ୍ପର ବିପକ୍ଷରେ ଟି -୨୦ ମ୍ୟାଚ୍ ଖେଳିପାରିବେ। ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି କ୍ରିକେଟ ଦୁନିଆର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଭାରତ-ପାକ୍। ଏହି ମ୍ୟାଚଗୁଡିକ ଆୟୋଜନ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ସଭାପତି ଏକ ବଡ ଯୋଜନା କରୁଛନ୍ତି। ସେ ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ସମ୍ମୁଖରେ ଏକ ପ୍ରସ୍ତାବ ମଧ୍ୟ ଦେବାକୁ ଯାଉଛନ୍ତି।

cricket

ଦୁହିଁଙ୍କ ମଧ୍ୟରେ ସିରିଜ୍ ହେବା ନେଇ ରମିଜ ରାଜା ଏକ ବଡ ପଦକ୍ଷେପ ନେଇଛନ୍ତି । ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ରମିଜ ରାଜା କହିଛନ୍ତି- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ ୯ ବର୍ଷ ହେବ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଏ ନାହିଁ। ରମିଜ ଟ୍ୱିଟ କରି ଲେଖିଛନ୍ତି ଯେ, ଆମେ ଚାରି ଦେଶ- ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିବର୍ଷ ଏକ ଟି -୨୦ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଚିନ୍ତା କରୁଛୁ। ଏହି ଚାରିଟି ଦେଶରେ ଗୋଟିଏ ପରେ ଗୋଟିଏ ଦେଶ କୁ ଦେଶ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ମୁଁ ଏହି ପ୍ରସ୍ତାବକୁ ଶୀଘ୍ର ଆଇସିସି ଆଗରେ ରଖିବି । ଏହି ଟୁର୍ଣ୍ଣାମେଣ୍ଟରୁ ମିଳିବାକୁ ଥିବା ଲାଭର ଶତକଡା ଆଧାରରେ ଆଇସିସିର ସଦସ୍ୟ ଦେଶମାନଙ୍କ ମଧ୍ୟରେ ପ୍ରଦାନ କରାଯିବ ।

ବାସ୍ତବରେ, କେବଳ ଆଇସିସି ଇଭେଣ୍ଟରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥାନ୍ତି । ଆଇସିସି ଟୁର୍ନାମେଣ୍ଟଗୁଡିକ ପ୍ରତି ଚାରି ବର୍ଷରେ ପ୍ରାୟତଃ ଅନୁଷ୍ଠିତ ହୋଇଥାଏ । ବେଳେବେଳେ ଏହି ମ୍ୟାଚ୍ ଦୁଇ ବର୍ଷ ପରେ ମଧ୍ୟ ଅନୁଷ୍ଠିତ ହୁଏ । ତେବେ ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ସମ୍ପର୍କରେ ପିସିବି ମୁଖ୍ୟ ରମିଜ ରାଜା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପରବର୍ତ୍ତୀ ଆଇସିସି ବୈଠକରେ ରମିଜ ଏହି ଟୁର୍ନାମେଣ୍ଟକୁ ପ୍ରସ୍ତାବ ଦେବେ। ଯାହା ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ୧୯୯୨ ରୁ ୨୦୨୧ ପର୍ୟ୍ୟନ୍ତ ଟି -୨୦ ଏବଂ ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ଦଳ ୧୩ ଥର ମୁହାଁମୁହିଁ ହୋଇଛନ୍ତି। ଗତ ଟି -୨୦ ବିଶ୍ୱକପରେ ଶେଷଥର ପାଇଁ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.