କ୍ରୀଡା

ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କରୁଛନ୍ତି ନିରାଶ, ବଡ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇପାରନ୍ତି କେଏଲ ରାହୁଲ

ଟିମ୍‌ ଇଣ୍ଡିଆ ଆଜି ସାଉଥ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚରେ ୩୧ ରନର ହାରିବା ପରେ ଟିମ୍‌ ଇଣ୍ଡିଆ ପାଇଁ ଆଜିର ମ୍ୟାଚ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ମ୍ୟାଚ ହାରି ଟିମ୍‌ ଇଣ୍ଡିଆ ୧-୦ ପଛରେ ରହିଛି। ପ୍ରଥମ ମ୍ୟାଚରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସଂପୂର୍ଣ୍ଣ ଭାବେ ବିଫଳ ରହିଥିଲେ। ତେଣୁ ଆଜିର ମ୍ୟାଚ ପାଇଁ କେଏଲ ରାହୁଲ କିଛି ବଡ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇବେ।

ପ୍ରଥମ ମ୍ୟାଚ୍‌ ଜିତି ମନୋବଳ ଦ୍ୱିଗୁଣା କରିଥିବା ଘରୋଇ ଦଳ ଶୁକ୍ରବାର ବିଜୟ ସହ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ବ୍ୟାଟିଂ ତ୍ରୁଟି ସୁଧାରିବା ଭାରତୀୟ ଦଳ ପାଇଁ ଜରୁରି ହୋଇ ପଡ଼ିଛି ।

ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ନିରାଶ କରୁଛନ୍ତି। ଅବଶ୍ୟ ପ୍ରଥମ ୩ ବ୍ୟାଟ୍ସମ୍ୟାନ ସର୍ବଦା ରନ୍‌ ସଂଗ୍ରହ କରୁଛନ୍ତି । ପ୍ରଥମ ଦିନିକିଆରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଥିଲା । ଶିଖର ଧାୱନ ଓ ବିରାଟ କୋହଲି ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍‌ ହେବା ପରେ ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ଉପରେ ବିଜୟ ନିର୍ଭର କରୁଥିଲା । ହେଲେ ରିଷଭ ପନ୍ତ, ଶ୍ରେୟାସ ଆୟର ଓ ଭେଙ୍କଟେଶ ଆୟର ବିଫଳ ହୋଇଥିଲେ । ତେଣୁ ଭାରତୀୟ ଦଳରେ ପରିବର୍ତ୍ତନ ଆଶା କରାଯାଇପାରେ । ମଧ୍ୟଭାଗ ସୁଦୃଢ କରିବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ସୂର୍ଯ୍ୟକୁମାର ଖେଳିଲେ ଶ୍ରେୟାସ ଆୟର କିମ୍ବା ଭେଙ୍କଟେଶ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ । ରିଷଭ ପନ୍ତଙ୍କୁ ବିଶ୍ରାମ ଦେଇ ସୂର୍ଯ୍ୟକୁମାରଙ୍କୁ ଖେଳାଇବା ସଠିକ୍‌ ନିଷ୍ପତ୍ତି ହୋଇପାରେ । ଅଧିନାୟକ ରାହୁଲ ୱିକେଟ୍‌ କିପର ଦାୟିତ୍ୱ ତୁଲାଇ ପାରିବେ ।

ସମ୍ଭାବ୍ୟ ଦଳ

ଟିମ୍‌ ଇଣ୍ଡିଆ: ଲୋକେଶ ରାହୁଲ(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ରବି ଚନ୍ଦ୍ରନ ଅଶ୍ୱିନ, ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରିଜ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍‌, ଜାନେମନ ମଲାନ, ତେମ୍ବା ବଭୁମା(ଅଧିନାୟକ), ଆଡେନ ମାରକ୍ରମ, ରାଶି ଭାନ ଡର ଡୁସେନ, ଡେଭିଡ୍‌ ମିଲର, ଡ୍ୱେନ ପ୍ରିଟୋରିୟସ୍‌/ଜର୍ଜ ଲିଣ୍ଡ, ମାର୍କୋ ଜାନସେନ, ଆଣ୍ଡିଲ ଫେଲୁକ୍ୱାୟୋ, ଲୁଙ୍ଗି ଏନ୍‌ଗିଡ଼ି, ତାବ୍ରେଜ ସାମସି ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

22 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

36 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

51 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago