ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବର୍ଷିଲା ଚଉକା ଓ ଛକା, ଦ୍ୱିତୀୟ ଟି -୨୦ ମ୍ୟାଚ୍ ୧୬ ରନରେ ଜିତିଲା ଭାରତ

ଦକ୍ଷିଣ  ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି -୨୦ ମ୍ୟାଚ୍ ୧୬ ରନରେ ଜିତିଲା ଭାରତ। ବିଜୟ ସହିତ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ସିରିଜ୍ ଜିତିଛି ଭାରତ। ମିଲରଙ୍କ ଧୂଆଁଧାର ଅପରାଜିତ ୧୦୬ ରନ ଏବଂ କ୍ଵିଣ୍ଟନ ଡିକକ୍‌ଙ୍କ ୬୯ ରନ ଦଳକୁ ପରାଜୟ ରୁ ରୋକି ପାରିନାହିଁ । ଭ୍ରମଣକାରୀ ଦଳ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା।

୨୩୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଟିମ୍ ୧ ରନରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଅଧିନାୟକ ତେମ୍ବା ବାଭୁମା(୦) ଏବଂ ରିଲି ରସୋ(୦) ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ କ୍ଵିଣ୍ଟନ ଡିକକ୍ ଏବଂ ଆଡନ ମାରକ୍ରମ ୪୬ ରନ ଯୋଡିଥିଲେ। ମାରକ୍ରମ ୧୯ ବଲ୍‌ରୁ ୩୩ ରନ କରି ଆଉଟ୍ ହୋଇଥିଲେ। ଡେଭିଡ୍ ମିଲର ଧୂଆଁଧାର ବ୍ୟାଟିଂ ଚୌକା ଏବଂ ଛକା ବର୍ଷା କରି ମାତ୍ର ୪୬ ବଲ୍‌ରେ ଶତକ ପୂରଣ କରିଥିଲେ। ସେ ୪୭ ବଲ୍‌ରୁ ୮ ଚୌକା ଏବଂ ୭ ଛକା ସହ ୧୦୬ ରନ କରି ଅପରାଜିତ ଥିଲେ। ଡିକକ୍ ୪୮ ବଲ୍‌ରୁ ୩ ଚୌକା ଏବଂ ୪ ଛକା ସହ ୬୯ ରନ କରିଥିଲେ। ମିଲରଙ୍କ ଶତକ ସତ୍ତ୍ଵେ ବି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ୯.୫ ଓଭରରେ ଦୁଇ ଓପନର ୯୬ ରନ ଯୋଡି ବିଶାଳ ସ୍କୋର କରିଥିଲେ। ପୁଣି କମାଲ କଲେ ସୂର୍ଯ୍ୟକୁମାର ଯାଦବ ଏଵଂ କେଏଲ ରାହୁଲ। ଦୁହିଁଙ୍କ ଅବିଶ୍ଵସନୀୟ ବ୍ୟାଟିଂ ବଳରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ଵିତୀୟ ଟି-୨୦ରେ ବିଶାଳ ସ୍କୋର କରିଥିଲା। ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍‌ ହରାଇ ୨୩୭ ରନ କରିଥିଲା ଭାରତ। ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍‌ରୁ ୬୧ ରନ କରିଥିବା ବେଳେ କେଏଲ ରାହୁଲ ୨୮ ବଲ୍‌ରୁ ୫୭ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଛନ୍ତି । ରୋହିତ ଶର୍ମା ୩୭ ବଲ୍‌ରୁ ୪୩ ରନର କରିଥିଲେ। ପରେ ପରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ମାତ୍ର ୨୮ ବଲ୍‌ରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୪ ଛକା ସହ ୫୭ ରନ କରିଥିଲେ। ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିଲେ। ଶେଷରେ ଦିନେଶ କାର୍ତ୍ତିକ ୭ ବଲ ଖେଳି ୨ଟି ଛକା ଓ ଗୋଟିଏ ଚଉକା ସହ ଅପରାଜିତ ୧୭ ରନ କରିଥିଲେ । ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସାଉଥ ଆଫ୍ରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.