ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌

ମୋହାଲି: ବର୍ଷା ପାଇଁ ରବିବାର ଧର୍ମଶାଳାରେ ଖେଳାଯିବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଧୋଇଯାଇଥିଲା। ଆଜି ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ ମୋହାଲିରେ। ଆଜିର ଏହି ମୁକାବିଲା ବହୁ ଗୁରୁତ୍ବପୂର୍ଣ୍ଣ ଅଟେ । ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବର୍ଷେରୁ ଅଧିକ ସମୟ ରହିଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲି ନିଜ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଯୁବ ଖେଳାଳିଙ୍କଠାରୁ ସେ ଅଧିକ ଆଶାରେ ରହିଛନ୍ତି। ଏହି କ୍ରମରେ ୱିକେଟ କିପର ବ୍ୟାଟସମ୍ୟାନ୍‌ ଋଷବ ପନ୍ତ୍‌ଙ୍କ ଉପରେ ନଜର ରହିଛି। ପ୍ରଦର୍ଶନ ପାଇଁ ଋଷଭ ପନ୍ତ୍‌ଙ୍କ ଉପରେ ଚାପ ମଧ୍ୟ ବଢ଼ିଛି।