ବାରବାଟୀ ମ୍ୟାଚରେ ବଢିପାରେ ଟିକେଟ ଦର: ଦର୍ଶକ ଉପସ୍ଥିତ ରହିବେ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବ ଓସିଏ

କଟକ (କେନ୍ୟୁଜ): କଟକ ବାରବାଟୀ ଷ୍ଟାଡିୟମ ଓସିଏ କନଫରେନ୍ସେ ହଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ନେଇ ଆଲୋଚନା ହୋଇଛି । ମ୍ୟାଚରେ ଦର୍ଶକ ଉପସ୍ଥିତ ରହିବେ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଅନୁମତି ମଗାଯାଇଛି । ଆସନ୍ତା ସପ୍ତାହରେ ଏ ନେଇ ନିର୍ଣ୍ଣୟ କରାଯିବ । ଅନୁମତି ମିଳିଲେ ମ୍ୟାଚ ପାଇଁ ଅନଲାଇନ ଓ ଅଫଲାଇନରେ ଟିକେଟ ବିକ୍ରି ହେବ । ଗତ ବର୍ଷ ଅପେକ୍ଷା ଏ ବର୍ଷ ଟିକେଟର ଦାମ ବଢିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.