ପୁରୁଷ ହକି ବିଶ୍ୱକପ୍‌ ୨୦୨୩: ଗ୍ରୁପ ଡି- ରେ ଭାରତ ସହ ୱେଲସ, ସ୍ପେନ୍‌ ଓ ଇଂଲଣ୍ଡ

କେନ୍ୟୁଜ୍(ବ୍ୟୁରୋ):ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପାଇଁ ଖେଳସୂଚୀ ଘୋଷିତ। ଭୁବନେଶ୍ୱରରେ ଲୋକସେବା ଭବନରେ ୨୦୨୩ ବିଶ୍ୱକପ୍‌ ହକି ପାଇଁ ଖେଳସୂଚୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ପୁଲରେ ଖେଳିବେ ୧୬ଟି ଟିମ୍‌। ପୁଲ ଏ-ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣଆଫ୍ରିକା ଦଳ ରହିଛନ୍ତି।

ପୁଲ ବି-ରେ ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ ରହିଥିବା ବେଳେ ପୁଲ-ସିରେ ନେଦରଲ୍ୟାଣ୍ଡ, ଚିଲି, ମାଲେସିଆ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି। ଗ୍ରୁପ ଡି- ରେ ଭାରତ ସହ ୱେଲସ, ସ୍ପେନ୍‌ ଓ ଇଂଲଣ୍ଡ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ହକି ଫେଡେରେସନ, ହକି ଇଣ୍ଡିଆର ବରିଷ୍ଠ ଅଧିକାରୀ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.