ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ, ୪୩ ରନରେ ଭାରତ ପରାସ୍ତ

ନୂଆଦିଲ୍ଳୀ : ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ। ପୁନେରେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳ । ୫ ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଥିବା ବେଳେ ଭାରତ ଆଜି ୱେଷ୍ଟଇଣ୍ଡିଜରୁ ହାର ମାନିଛି । ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ଭାରତକୁ ୪୩ ରନ୍‌ରେ ପରାସ୍ତ କରି ଶୃଙ୍ଖଳାକୁ ୧-୧ରେ ପହଞ୍ଚାଇଛି। ୨୮୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ୪୭.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୪୦ ରନ୍‌ ସଂଗ୍ରହ କରିଛି। ଓପନର ରୋହିତ ଶର୍ମା ୮ ରନ୍‌ ସଂଗ୍ରହ କରିଥିବା ବେଳେ ଶିଖର ଧାଓ୍ଵନ ୩୫ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ସେହିପରି ଅମ୍ବାତି ରାୟଡୁ ୨୨ ରନ୍‌ ସଂଗ୍ରହ କରିଥିବା ବେଳେ ଋଷଭ ପନ୍ତ ୨୪ ରନ୍‌ ସଂଗ୍ରହ କରିଥିଲେ।

Kohli

ପ୍ରଥମ ମ୍ୟାଚରେ  ୱେଷ୍ଟଇଣ୍ଡିଜ୍କୁ ୮ ଓ୍ଵିକେଟରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ସେହିପରି ଦ୍ୱିତୀୟ ଦିନିକିଆ ରୋମାଞ୍ଚକ ସ୍ଥିତିରେ ଡ୍ର ରହିଥିଲା । ଆଜି ୨-୦ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ପୁନେ ଠାରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଭାରତ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୮୩ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ୫ ଦିନିକିଆ ମ୍ୟାଚ ଶୃଙ୍ଖଳାର ୩ୟ ମ୍ୟାଚରେ ୨୮୪ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା।