ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ସହ ଆଗୁଆ ସିରିଜ ଜିତିଲା ଭାରତ

ଲକ୍ଷ୍ନୌ(କେନ୍ଯୁଜ୍) : ନବାବ୍ ସହରରେ ଟିମ୍ ଇଣ୍ଡିଆର ଦୀପାବଳି ଉପହାର । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ସହ ଆଗୁଆ ସିରିଜ ଜିତିଲା ଭାରତ । ରୋହିତ ଶର୍ମାଙ୍କ ଅପରାଜିତ ଧୂଆଁଧାର ଶତକ ସହ ଶାଣିତ ବୋଲିଂରେ ଘାଇଲା ହୋଇଥିଲା ଭ୍ରମଣକାରୀ ଦଳ । ୭୧ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୧୯୬ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ୍ ୧୨୪ ରନରେ ସୀମିତ ରହି ଯାଇଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ଖଲିଲ ଅହମ୍ମଦ ଓ କୁଳଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।
ଲକ୍ଷ୍ନୌରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ ହରାଇ ୧୯୫ ରନ୍ କରିଥିଲା । ରୋହିତ ଶର୍ମା ୬୧ ବଲରୁ ଅପରାଜିତ ୧୧୧ ରନ୍ କରିଥିବା ବେଳେ ଶିଖର ଧଓ୍ଵନ ୪୩ ଓ ଲୋକେଶ ରାହୁଲ କରିଥିଲେ ୨୬ ରନ୍ । ଟି-୨୦ ସର୍ବାଧିକ ଚାରିଟି ଶତକ ମାରିବାରେ ପ୍ରଥମ କ୍ରିକେଟର ହୋଇଛନ୍ତି ରୋହିତ ଶର୍ମା । ୩ ଟିକିଆ ମ୍ୟାଚ୍ରେ ଭାରତ ୨-୧ରେ ଆଗୁଆ ସିରିଜ ବିଜୟୀ ହୋଇଛି ।