ଦ୍ୱିତୀୟ ମହିଳା ଟି-୨୦ ମ୍ୟାଚ୍‌ରେ ଇଣ୍ଡିଜ୍‌କୁ ୮୪ ରନ୍‌ରେ ହରାଇଲା ଭାରତ

େଓ୍ଵଷ୍ଟଇଣ୍ଡିଜ୍‌ର ଗ୍ରସ୍‌ ଆଇସଲେଟ୍‌ ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଚମତ୍କାର ବିଜୟ ହାସଲ କରି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ୮୪ ରନ୍‌ରେ ବିଜୟୀ ହୋଇଛି । ଦୁଇ ଓପ୍ନର ସ୍ମୃତି ମାନ୍ଧାନା ଏବଂ ଦଳର ଜୁନିୟର ଖେଳାଳି ଶେଫାଳି ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଭାରତ ୪ ଓ୍ଵିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା । ପରେ ଘରୋଇ େଓ୍ଵଷ୍ଟଇଣ୍ଡିଜ୍‌ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ଓ୍ଵିକେଟ୍‌ ହରାଇ ୧୦୧ ରନ୍‌ ହିଁ କରି ପାରିଥିଲା ।

SHEFALI-2୧୫ ବର୍ଷ ବୟସ୍କା ଶେଫାଳି ଏବଂ ମାନ୍ଧାନା ଓପନିଂ ଯୋଡ଼ିରେ ୧୪୩ ରନ୍‌ ସଂଗ୍ରହ କରି ଭାରତକୁ ମଜଭୁତ ସ୍ଥିତି ଦେଇଥିଲେ । ଶେଫାଳି ୪ଟି ଛକା ଏବଂ ୬ଟି ଚୌକା ମାରି ତାଙ୍କ ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ । ଟି-୨୦ରେ ଅର୍ଦ୍ଧଶତକ କରିବାରେ ସେ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ରେକର୍ଡ଼ କରିଛନ୍ତି । ସେ ୪୨ ବଲ୍‌ ଖେଳି ୭୩ ରନ୍‌ କରିଥିଲେ । ସେମାନଙ୍କ ଭାଗିଦାରୀ ମଧ୍ୟ ଓପନିଂ ଯୋଡ଼ି ପାଇଁ ଏକ ରେକର୍ଡ଼ । ଅନ୍ୟପକ୍ଷରେ ମାନ୍ଧାନା ୪୬ ବଲ୍‌ ଖେଳି ୧୧ଟି ଚୌକା ସହ ୬୭ ରନ୍‌ ସ୍କୋର କରିଥିଲେ ।
ପରେ ଶିଖା ପାଣ୍ଡେ, ରାଧା ଯାଦବ ଓ ପୁନମ ପାଣ୍ଡେ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇ ଇଣ୍ଡିଜ୍‌କୁ ହରାଇ ଦେଇଥିଲେ । ଚଳିତ ସିରିଜ୍‌ରେ ଦୁଇ ଦଳ ୫ଟି ଟି-୨୦ ମ୍ୟାଚ୍‌ ଖେଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like