ଭାରତ-ଜିମ୍ବାୱେ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ଆଜି ଖେଳାଯିବ। ଆଜିର ମ୍ୟାଚ୍ ଜିତି ସିରିଜ କବ୍ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିନେଇଥିଲା ଟିମ୍ ଇଣ୍ଡିଆ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ ଜିତିବାକୁ ପ୍ରୟାସ କରିବ। ଭାରତୀୟ ସମୟ ଅନୁସାରେ ୧୨.୧୫ରେ ଟସ୍ ପଡିବ ଏବଂ ୧୨.୪୫ରେ ଖେଳ ଆରମ୍ଭ ହେବ।
ପ୍ରଥମ ଦିନିକିଆରେ ବୋଲର ଦୀପକ ଚହର ଲଗାତର ୭ ଓଭର ବୋଲିଂ କରିଥିଲେ । ସେହିପରି ପ୍ରସିଦ୍ଧ କୃଷ୍ଣା ଓ ଅକ୍ଷର ପଟେଲ ମଧ୍ୟ ଦମଦାର ଫର୍ମ ପ୍ରଦର୍ଶନ କରିଥିଲେ । ତାଙ୍କ ବ୍ୟତୀତ ଚାଇନା ମ୍ୟାନ୍ କୁଲଦୀପ ଯାଦବ ଓ ମହମ୍ମଦ ସିଜା ମଧ୍ୟ ଜିମ୍ବାଓ୍ୱେ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ ।
That’s that from the 1st ODI.
An unbeaten 192 run stand between @SDhawan25 & @ShubmanGill as #TeamIndia win by 10 wickets.
Scorecard – https://t.co/P3fZPWilGM #ZIMvIND pic.twitter.com/jcuGMG0oIG
— BCCI (@BCCI) August 18, 2022
ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏସିଆକପ୍ ଟି-୨୦ କ୍ରିକେଟ । ଏସିଆ କପ୍ରେ ଭାରତୀୟ ଖେଳାଳିଙ୍କ ଆଗରେ ରହିଛି ଅନେକ ଆହ୍ଵାନ । ଭାରତ ଲାଗି ବଡ ଆହ୍ଵାନ ହେଲା ଲୋକେଶ ରାହୁଲ, ଦୀପକ ହୁଦା ଓ ସଞ୍ଜୁ ସାମସନଙ୍କୁ ଜିମ୍ବାୱେ ସିରିଜରେ ପର୍ଯ୍ୟପ୍ତ ବ୍ୟାଟିଂର ସୁଯୋଗ ଦେବା । ଏସିଆ କପର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବ ।
Also Read : କ୍ରିକେଟ ଖେଳିବାକୁ କୋଲକତାରୁ ଦିଲ୍ଲୀ ଆସିଥିଲେ ଯୁବକ, ଛାତିରେ ବଲ୍ ବାଜି ହେଲା ମୃତ୍ୟୁ