ଭାରତ ଓ ଜିମ୍ବାୱେ ୪ର୍ଥ ଟି-୨୦ : ଜିମ୍ବାୱେ ୧୫୨/୭, ଭାରତ ଆଗରେ ୧୫୩ ରନର ଲକ୍ଷ୍ୟ

ଭାରତ ଓ ଜିମ୍ବାୱେ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ହରାରେ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତକୁ ୧୫୩ ରନର ଟାର୍ଗେଟ ଦେଇଛି । ନିର୍ଦ୍ଧାରିତ ୨୦ ଓଭରରେ ଜିମ୍ବାୱେ ୭ ଓ୍ଵିକେଟ ହରାଇ ୧୫୨ ରନ୍‌ କରିଛି । ଭାରତ ଏହି ସିରିଜରେ ୨-୧ ରେ ଆଗୁଆ ରହିଛି ।

ଜିମ୍ବାୱେ ତରଫରୁ ଅଧିନାୟକ ସିକନ୍ଦର ରାଜା ୪୬ ରନ୍‌ କରିଥିବା ବେଳେ ଓ୍ଵସଲେ ମାଧେଭିରେ ୨୫ ରନ୍‌, ତଡିଓ୍ଵାନାସେ ୩୨ ରନ୍‌, ବ୍ରାଏନ ୯ ରନ କରି ଆଉଟ୍‌ ହୋଇଛନ୍ତି ।

ତେବେ ଭାରତ ପକ୍ଷରୁ ଖଲିଲ ଅହମଦ ୨ଟି ଓ୍ଵିକେଟ, ତୁଷାର ଦେଶପାଣ୍ଡେ ୧, ଓ୍ଵାଂଶିଟନ ସୁନ୍ଦର ୧, ଅଭିଷେକ ଶର୍ମା ୧ ଏବଂ ଶିବମ ଦୁବେ ୧ଟି ଓ୍ଵିକେଟ ନେଇଛନ୍ତି ।

ଆଜି ଭାରତୀୟ ଟିମର ପ୍ଲେଇଂ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ଆଜି ତୁଷାର ଦେଶପାଣ୍ଡେ ଇଣ୍ଟରନ୍ୟାସନାଲ କ୍ୟାରିଅରରେ ଡେବ୍ୟୁ କରିଛନ୍ତି । ସିରିଜରେ ଟିମ୍ ଇଣ୍ଡିଆର ଯୁବ ଖେଳାଳି ଅଭିଷେକ ଶର୍ମା ନିଜର ପ୍ରଦର୍ଶନ ପାଇଁ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ।

ଭାରତର ଚୂଡାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାୟକୱାଡ, ଶିବମ ଦୁବେ, ସଞ୍ଜୁ ସାମସନ (ୱିକେଟରକ୍ଷକ), ରିଙ୍କୁ ସିଂ, ୱାଶିଂଗଟନ ସୁନ୍ଦର, ରବି ବିଷ୍ଣୋଇ, ତୁଷାର ଦେଶପାଣ୍ଡେ, ଖଲିଲ ଅହମଦ