ପ୍ରଥମ ଇନିଂସରେ ୧୮୦ ରନ୍ ରେ ଅଲ୍ ଆଉଟ୍ ହେଲା ଭାରତ

ଆଡିଲେଡ ଟେଷ୍ଟରେ ପ୍ରଥମ ଦିନରେ ବ୍ୟାକ୍ ଫୁଟରେ ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ୧୮୦ ରନ୍ ରେ ଅଲ୍ ଆଉଟ୍ ହେଲା ଭାରତ ।  ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୮୬ ରନ୍ କରି ନେଇଛି ।  ୯୪ ରନରେ ପଛରେ ଥିବା ଅଷ୍ଟ୍ରେଲିଆ ହାତରେ ଆହୁରି ୯ଟି ୱିକେଟ୍ ରହିଛି ।  ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟର ଫେଲ୍ ହୋଇଗଲେ ।

ଟପ ସ୍କୋରରେ ଥିଲେ ନିତିଶ ରେଡି। ସେ ୪୨ ରନ୍ କରିଥିଲେ। କେ ଏଲ ରାହୁଲ ୩୭, ଗିଲ୍ ୩୧, ଅଶ୍ବିନ ୨୨ ଓ ପନ୍ତ ୨୧ ରନ୍ କରିଥିଲେ ।  କୋହଲି ୭ ରନ୍ ଏବଂ ମିଡିଲ ଆର୍ଡରେ ଆସିଥିବା ରୋହିତ ମାତ୍ର ୩ ରନ୍ କରିଥିଲେ। ଜୟସୱାଲ, ହର୍ଷିତ ରାଣା ଓ ବୁମାର ଖାତା ଖୋଲି ପାରିନଥିଲେ  ।

ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ୬ଟି ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ୨୪ ରନରେ ପ୍ରଥମ ୱିକେଟ୍ ହରାଇଥିଲା। କିନ୍ତୁ ଏହା ପରେ ଆଉ କୌଣସି ୱିକେଟ୍ ହରାଇ ନଥିଲା କଙ୍ଗାରୁ ଦଳ ।