ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳି, ମେ ଫେୟାର ହୋଟେଲରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର : କ୍ରିକେଟ ଫିଭର । ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳି । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରୁ ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସରେ ସିଧାସଳଖ ହୋଟେଲ ମେ ଫେୟାରକୁ ନିଆଯାଇଛି । ଦୁଇ ଦଳର ଖେଳାଳିଙ୍କୁ ହୋଟେଲରେ ପାରମ୍ପରିକ ଭାବେ ଭବ୍ୟ ସ୍ୱାଗତ କରାଯାଇଛି । ଖେଳାଳିଙ୍କ ଝଲକ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା ପାଖରେ କ୍ରିକେଟ ପ୍ରେମୀମାନେ ଭିଡ଼ ଲଗାଇଥିଲେ ।

indiaସୁରକ୍ଷା ପାଇଁ ମେ ଫେୟାର ହୋଟେଲ ବାହାରେ ପୋଲିସ କର୍ମଚାରୀ ସଜାଗ ରହିଛନ୍ତି । ଉଭୟ ଦଳର ଖେଳାଳି ରହିବା ପାଇଁ ୮୫ଟି ରୁମ୍‌କୁ ବୁକ୍ କରାଯାଇଛି । ଖେଳାଳିଙ୍କ ପାଇଁ ମନପସନ୍ଦର ଖାଦ୍ୟ ସହ ଜିମ୍ ଓ ସୁଇମିଙ୍ଗ୍ ପୁଲ୍‌ର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଭାରତୀୟ ଖେଳାଳିଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ। ଡିସ୍ ପ୍ରସ୍ତୁତ କରିବା ପାଇଁ ବଛା ବଛା ରୋଷେୟା ଆସି ମେ ଫେୟାର୍ ହୋଟେଲ ପହଞ୍ଚିଛନ୍ତି । ଆସନ୍ତାକାଲି ଖେଳାଳିମାନେ ଭୁବନେଶ୍ୱରୁ କଟକ ବାରବାଟୀ ଷ୍ଟାଡିୟମକୁ ପ୍ରାକ୍ଟିସ ପାଇଁ ଯିବେ । ଏହି ରୁଟ୍‌ରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.