ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆ, ଆସନ୍ତା ୬ରୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିବ ଦିନିକିଆ ସିରିଜ୍

ଅହମ୍ମଦାବାଦ: ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆ। ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଅହମ୍ମଦାବାଦରେ ପହଞ୍ଚିଛି। ଦଳ ପାଇଁ ପ୍ରସ୍ତୁତ ହୋଇଥିବା ଜୈବ ସୁରକ୍ଷା ବଳୟ ମଧ୍ୟରେ ପ୍ରତ୍ୟେକ ସଦସ୍ୟଙ୍କୁ ରହିବାକୁ ସୁଯୋଗ ମିଳିଛି। ୩ ଦିନ ପର୍ଯ୍ୟନ୍ତ ଦଳ ଓ କୋଚିଂ ସଦସ୍ୟମାନେ କ୍ୱାରେଣ୍ଟାଇନରେ ରହିବେ।

ଆସନ୍ତାକାଲିଠୁ ଅଭ୍ୟାସ ଶିବିର ଆରମ୍ଭ ହେବ। ୬ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ। ପର୍ଯ୍ୟାୟକ୍ରମେ ଖେଳାଳିମାନେ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ରୋହିତ ଶର୍ମା ଏହି ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ । ବିରାଟ କୋହଲି ରୋହିତଙ୍କ ଅଧିନରେ ଖେଳିବେ। ଦଳର ପ୍ରମୁଖ ବୋଲର ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.