Categories: କ୍ରୀଡା

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍‌ : ଗୁଆହାଟୀରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ । ଗୁଆହାଟୀରେ ପ୍ରଥମ ମ୍ୟାଚ୍ । ଅପରାହ୍ନ ସାଢ଼େ ଗୋଟାଏରେ ମ୍ୟାଚ୍ ଖେଳାଯିବ । ଟେଷ୍ଟ ସିରିଜ କବ୍ଜା କରିବା ପରେ ଏବେ ଦିନିକିଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ଚଳିତ ସିଜିନରେ ଡେବ୍ୟୁ କରି ପାରନ୍ତି ଓ୍ଵିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ରୁଷଭ ପନ୍ଥ । ୧୨ ଜଣିଆ ଟିମରେ ତାଙ୍କୁ ସ୍ଥାନ ମିଳିଛି । ଯଦି ସେ ଖେଳିବେ କେବଳ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବେ । ମହେନ୍ଦ୍ର ସିଂହ ଧୋନି ଓ୍ଵିକେଟ କିପର ଦାୟିତ୍ୱ ତୁଲାଇବେ । ତାଙ୍କ ସହ ବୋଲର ଖଲିଲ ଅହମ୍ମଦ ବି ୧୨ ଜଣିଆ ଟିମରେ ସାମିଲ ହୋଇଛନ୍ତି ।

ଏପର୍ଯ୍ୟନ୍ତ ପାଞ୍ଚଟି ଟେଷ୍ଟ ଓ ଚାରିଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛନ୍ତି ରୁଷଭ ପନ୍ଥ । ବ୍ୟାଟିଂ ଭାର ରୋହିତ ଶର୍ମା, ଶିଖର ଧଓ୍ଵନ, ବିରାଟ କୋହଲି, ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନିଙ୍କ କାନ୍ଧରେ ରହିବ । ସ୍ପିଡ୍ ବୋଲିଂ ଭାର ସମ୍ଭାଳିବେ ଉମେଶ ଯାଦବ, ମହମ୍ମଦ ସାମି । ସ୍ପିନ୍ ବାହିନୀ ଦାୟିତ୍ୱରେ ରହିବେ କୁଳଦୀପ ଯାଦବ, ଯୁଜବେନ୍ଦର ଚହଲ । ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବରେ ଖେଳିବେ । ସେପଟେ ଟେଷ୍ଟ ମ୍ୟାଚ୍ ହାରିଥିଲେ ବି ଦିନିକିଆରେ କମ୍ବ୍ୟାକ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କାରାବେଆନ୍ ଦଳ ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

24 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

27 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

31 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

44 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

1 hour ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago