ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ମ୍ୟାଚ୍ । ସଂଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବ । ଟେଷ୍ଟ ଓ ଓ୍ଵାନଡେ ସିରିଜ କବ୍ଜା କରିବା ପରେ ଏବେ ଟି-୨୦ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ବିରାଟ କୋହଲୀଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ବିରାଟଙ୍କ ଅନୁପସ୍ଥିତରେ ଲୋକେସ ରାହୁଳ ନମ୍ବର ୩ରେ ଖେଳିବା ନିଶ୍ଚିତ ହୋଇଛି । ସେହପରି ଦିନେଶ କାର୍ତ୍ତିକ, ମନୀଷ ପାଣ୍ଡେ ଓ ଶ୍ରେୟସ ଆୟର ଦଳର ବ୍ୟାଟିଂ ଲାଇନ ସମ୍ଭାଳିବେ ।
ବୋଲିଂ ଆକ୍ରମଣ ସମ୍ଭାଳିବେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରା, କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲ । ପରାଜୟର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ କାରିବିଅନ ଟିମ । ଦଳରେ ଅଛନ୍ତି ବ୍ରାଥେଓ୍ଵଟ, ଡ୍ୟାରେନ ବ୍ରାଭୋ, କରିନ ପୋଟାର୍ଡଙ୍କ ଭଳି ଦୁର୍ଦ୍ଧର୍ଷ ଖେଳାଳି । ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ୮ଟି ଟି-ଟ୍ବେଣ୍ଟି ମୁକାବିଲାରେ ଇଣ୍ଡିଜ ଦଳ ୫ଟିରେ ବିଜୟ ହୋଇଥିବା ବେଳେ ଟିମ ଇଣ୍ଡିଆ ମାତ୍ର ଦୁଇଟିରେ ବାଜି ମାରିଛି । ତେଣୁ ଇର୍ଡେନରେ ରୋମାଞ୍ଚକର ମ୍ୟାଚକୁ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି ।