ଓଡିଆ କ୍ରିକେଟପ୍ରେମୀ ନିରାଶ : ବାରବାଟୀରେ ଖେଳାଯିବନି ଭାରତ-ୱେଷ୍ଟ ଇଣ୍ଡିଜ୍‌ ଟି-୨୦ ମ୍ୟାଚ୍‌ !

କଟକ(କେନ୍ଯୁଜ୍): ହାତରୁ ଖସିଲା ବାରବାଟୀ । ବାରବାଟୀ ଦର୍ଶକ ନିରାଶ । ବାରବାଟୀରେ ଖେଳାଯିବନି ଭାରତ-ୱେଷ୍ଟ ଇଣ୍ଡିଜ୍‌ ଟି-୨୦ ମ୍ୟାଚ୍‌ । ଫେବ୍ରୁଆରୀ ୧୫ରେ ଏହି ଟି-୨୦ ମ୍ୟାଚ ଖେଳାଯିବାର ଥିଲା । ହେଲେ ବିସିସିଆଇ ଟୁର୍‌ ଓ ଫିକ୍ସଚର କମିଟି ଭେନ୍ୟୁରେ ପରିବର୍ତ୍ତନ କରିଛି । ଭାରତ ଗସ୍ତରେ ଆସୁଥିବା ୱେଷ୍ଟ ଇଣ୍ଡିଜ୍‌ ୩ଟି ଏକଦିବସୀୟ ଓ ୩ଟି ଟି-୨୦ ମ୍ୟାଚ ଖେଳିବ ।

barabati

ପୂର୍ବରୁ ଏହି ଦୁଇଟି ସିରିଜି ପାଇଁ ୬ଟି ଭେନ୍ୟୁରେ ଖେଳାଯିବ ବୋଲି ବିସିସିଆଇ ଚୂଡାନ୍ତ କରିଥିଲା । ଏବେ କୋଭିଡ଼ ସ୍ଥିତିକୁ ନଜରରେ ରଖି କେବଳ ଅହମ୍ମଦବାଦ ଓ କୋଲକାତାରେ ଦୁଇଟି ଯାକ ସିରିଜ ଖେଳାଯିବ ବୋଲି ବିସିସିଆଇ ଟୁର ଓ ଫିକ୍ସଚର କମିଟି ସ୍ଥିର କରିଛି । ଏହା ଜଣାପଡିବା ପରେ ଓଡିଆ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.