ଦ୍ୱିତୀୟ ଟି-୨୦ ମ୍ୟାଚ୍ : ଭାରତୀୟ ଦଳର ସ୍କୋର ୫ ଓ୍ଵିକେଟ୍ରେ ୧୬୭ ରନ୍
ଲୌଡରହିଲ୍ : ଗତକାଲି ପ୍ରଥମ ଟି-୨୦ ଜିତିବା ପରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତ ଘରୋଇ େଓ୍ଵଷ୍ଟଇଣ୍ଡିଜ୍ ଆଗରେ ୧୬୮ ରନ୍ର ବିଜୟଲକ୍ଷ୍ୟ ରଖିଛି । ଭାରତ ପକ୍ଷରୁ ରୋହିତ ଶର୍ମା ୫୧ ବଲ୍ରୁ ୬୭ ରନ୍ (୬ ଚୌକା ଓ ୩ ଛକା), ଶିଖର ଧବନ ୧୬ ବଲ୍ରୁ ୨୩, ଅଧିନାୟକ ବିରାଟ କୋହଲି ୨୩ ବଲ୍ରୁ ୨୮ ଏବଂ କ୍ରୁନାଲ ପାଣ୍ଡ୍ୟା ୧୩ ବଲ୍ରୁ ଅପରାଜିତ ୨୦ ରନ୍ କରିଛନ୍ତି । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରେ ୫ ଓ୍ଵିକେଟ୍ ହରାଇ ୧୬୭ ରନ୍ କରିଛି । ଏହି ମ୍ୟାଚ୍ରେ ରୋହିତ ୨ଟି ଛକା ମାରି ବିଶ୍ୱରେ ଟି-୨୦ରେ ସର୍ବାଧିକ ଛକା ମାରିବାରେ କ୍ରିସ୍ ଗେଲ୍ଙ୍କୁ ଟପି ଯାଇଛନ୍ତି ।