ଭାରତକୁ ଭାଙ୍ଗିବାକୁ ହେବ ନକଆଉଟ୍‌ ଚକ୍ରବ୍ୟୁହ, ସେମିଫାଇନାଲରେ ଇଂଲଣ୍ଡକୁ ସାମ୍ନା କରିବ ଟିମ୍‌ ଇଣ୍ଡିଆ

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଶେଷ ଥର ପାଇଁ ୨୦୧୧ରେ ଓ୍ଵାନଡେନ ବିଶ୍ୱ କପ୍‌ ଟ୍ରଫି ଜିତିଥିଲା। ଏହାପରେ ଟିମ୍‌ ପାଞ୍ଚ ଥର ଆଇସିସି ଟ୍ରଫିର ନକଆଉଟ ମ୍ୟାଚରେ ହାରି ସାରିଛି ଏବଂ ୨୦୨୧ ଟି-୨୦ ବିଶ୍ୱ କପରେ ତ ସେମିଫାଇନାଲରେ ହିଁ ପହଁଚି ପାରିନଥିଲା। ଭାରତକୁ ୨୦୧୪ ଟି-୨୦ ବିଶ୍ୱ କପ୍‌ ଫାଇନାଲରେ ଶ୍ରୀଲଙ୍କା, ୨୦୧୫ ଓ୍ଵାନଡେ ବିଶ୍ୱ କପ୍‌ ସେମିଫାଇନାଲରେ ଅଷ୍ଟ୍ରେଲିୟା, ୨୦୧୬ ଟି-୨୦ ବିଶ୍ୱ କପ୍‌ ସେମିଫାଇନାଲରେ େଓ୍ଵଷ୍ଟଇଣ୍ଡିଜ୍‌, ୨୦୧୭ ଚାମ୍ପିୟନ୍‌ ଟ୍ରଫି ଫାଇନାଲରେ ପାକିସ୍ତାନ ଏବଂ ୨୦୧୯ ଓ୍ଵାନଡେ ବିଶ୍ୱ କପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ମିଳିଲା। ୨୦୨୧ର ଖରାପ ପ୍ରଦର୍ଶନ ପରେ ପୁଣି ଥରେ ଟିମ୍‌ ଅନ୍ତିମ ଚାରିରେ ପହଁଚିପାରିଛି, ଯେଉଁଠି ତାର ମୁକାବିଲା ମଜବୁତ ଇଂଲିଶ୍‌ ଟିମ୍‌ ସହ ହେବ।

ଟି୨୦ ଓ୍ଵାଲର୍ଡ କପରେ ଉଭୟ ଟିମ୍‌ ତିନି ଥର ଆମନା ସାମନା ହୋଇସାରିଛି। ଏଥିରୁ ଦୁଇଟି ମ୍ୟାଚ୍‌ ଭାରତ ଜିତିଥିବାବେଳେ ଆଉ ଏକ ମ୍ୟାଚରେ ଇଂଲଣ୍ଡ ଟିମ ବିଜୟ ହାସଲ କରିଛି। କିନ୍ତୁ ଏଥର ଉଭୟ ଟିମ୍‌ ନ୍ୟୁଟ୍ରାଲ ଭେନ୍ୟୁରେ ଆମ୍ନା ସାମ୍ନା ହେବ। କୌଣସି ନ୍ୟୁଟ୍ରାଲ ଭେନ୍ୟୁରେ ଭାରତ ଏବଂ ଇଂଲଣ୍ଡ ଟିମ୍‌ ଦୁଇ ଥର ଆମନା ସାମନା ହୋଇସାରିଛି। ଏଥିରୁ ଟିମ୍‌ ଇଣ୍ଡିଆ ଦୁଇଟି ମ୍ୟାଚ୍‌ ଜିତିଛି।

ଅଷ୍ଟ୍ରେଲିଆ ପିଚ୍‌ରେ ଆଡଜଷ୍ଟ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଭିନ୍ନ ଭିନ୍ନ ପିଚର ଆକାର ଭିନ୍ନ ଭିନ୍ନ ରହିଛି। ଆଡିଲେଡର ଓଭଲ୍ ପିଚ୍ ବ୍ୟାଟିଂକୁ ସୁହାଏ। ପାଗ ମେଘୁଆ ରହିଲେ ପେସ୍ ବୋଲରଙ୍କୁ ସାହାଯ୍ୟ ମିଳେ। ୨୦୧୩ରୁ ଡ୍ରପ୍ ଇନ୍ ପିଚ୍‌ରେ ପରିଣତ ହୋଇଛି। ୱିକେଟ୍ ସାମ୍ନା ଲମ୍ବା ଥିବାରୁ ସିଧାରେ ଛକ୍କା ମାରିବା କଷ୍ଟ । ସ୍କ୍ଵାର୍ ବାଉଣ୍ଡ୍ରି ଅପେକ୍ଷାକୃତ ସାନ ଥିବାରୁ ରନ୍ କରିବା ସୁବିଧା ହୁଏ । ପିଚ୍‌ରେ ବଡ଼ ସ୍କୋରର ସମ୍ଭାବନା ରହିଛି । ପିଚ୍ ଓ ପାଗ ଦେଖି ଚୂଡ଼ାନ୍ତ ଏକାଦଶ ସ୍ଥିର କରିବ ଭାରତ। ଏହି ପିଚ୍‌ରେ ୧୧ଟି ଟି-ଟେ୍ଵଣ୍ଟି ଖେଳାଯାଇଛି। ସେଥିରୁ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ୭ ଥର ବିଜୟୀ ହୋଇଛନ୍ତି। ସୁପର ୧୨ରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ କରି ଜିତିଥିଲା ମ୍ୟାଚ୍। ପୂର୍ବରୁ ଭାରତ ଏଠାରେ ୨ଟି ଟି-ଟେ୍ଵଣ୍ଟି ଖେଳି ବିଜୟୀ ହୋଇଛି। ଇଂଲଣ୍ଡ ଏକ ମାତ୍ର ଟି-ଟେ୍ଵଣ୍ଟି ଖେଳି ଏଠାରେ ବିଜୟୀ ହୋଇଛି।

indiaaସେପଟେ ଭାରତ ପାଇଁ ବଡ଼ ଚିନ୍ତା ଫର୍ମରେ ନାହାନ୍ତି ରୋହିତ ଶର୍ମା। ପାକିସ୍ତାନ ବିପକ୍ଷରେ ୪ ରନ୍ , ନେଦରଲାଣ୍ଡସ୍ ବିପକ୍ଷରେ ୫୩ ରନ୍, ଦ.ଆଫ୍ରିକା ବିପକ୍ଷରେ ୧୫ ରନ୍, ବାଂଲାଦେଶ ବିପକ୍ଷରେ ୨ ରନ୍ ଓ ଜିମ୍ବାୱେ ବିପକ୍ଷରେ ୧୫ ରନ୍ କରିଥିଲେ। ନେଦରଲାଣ୍ଡସ ବିପକ୍ଷରେ ଜୀବନଦାନ ମିଳିବା ପରେ ସେ ଅର୍ଦ୍ଧଶତକ କରିଥିଲେ। ସେପଟେ କେ ଏଲ ରାହୁଲ ଫର୍ମକୁ ଫେରିଛନ୍ତି। ଶେଷ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ କରିଛନ୍ତି। କିନ୍ତୁ ପ୍ରଥମ ତିନିଟି ମ୍ୟାଚ୍‌ରେ ପ୍ରଦର୍ଶନ ଭଲ ନଥିଲା। ଚଳିତ ବିଶ୍ୱକପ୍‌ରେ ଭାରତର ଓପିନିଂ ଭଲ ନାହିଁ । ସେମିଫାଇନାଲରେ କେମିତି ଖେଳିବେ ରୋହିତ ଶର୍ମା। ସୋମବାର ଅଭ୍ୟାସ ବେଳେ ଆଘାତ ଲାଗିଥିଲା କିନ୍ତୁ ସେ ସୁସ୍ଥ ଥିବା କହିଛନ୍ତି। ସେପଟେ ଭାରତର ବ୍ୟାଟିଂ ବିରାଟ ଓ ସୂର୍ଯ୍ୟ କୁମାରଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି।

ଭାରତର ବ୍ୟାଟିଂ ମଧ୍ୟକ୍ରମ ଉପରେ ଅଧିକ ନିର୍ଭରଶୀଳ । ୱାନ୍ ଡାଉନ୍‌ରେ ଆସୁଛନ୍ତି ବିରାଟ କୋହଲି । ଟୁ ଡାଉନରେ ଆସୁଛନ୍ତି ସୂର୍ଯ୍ୟ କୁମାର ଯାଦବ। ବିରାଟ-ସୂର୍ଯ୍ୟକୁମାର ଭାରତକୁ ବିପଦରୁ ଉଦ୍ଧାର କରୁଛନ୍ତି। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର କରିଛନ୍ତି ବିରାଟ କୋହଲି। ୫ଟି ମ୍ୟାଚରେ ୧୨୩ ଆଭରେଜରେ କହିଛନ୍ତି ୨୪୬ ରନ୍। ସେଥିରେ ତିନିଟି ଅର୍ଦ୍ଦଶତକ ରହିଛି। ତିନି ଥର ନଟ୍ ଆଉଟ୍ ରହିଛନ୍ତି। କୋହଲି ପାକିସ୍ତାନ ବିପକ୍ଷରେ ୮୨ ରନ୍, ନେଦରଲାଣ୍ଡସ ବିପକ୍ଷରେ ୬୨ ରନ୍, ଦ.ଆଫ୍ରିକା ବିରୋଧରେ ୧୨ ରନ୍, ବାଂଲାଦେଶ ବିପକ୍ଷରେ ୬୪ ରନ୍ ଓ ଜିମ୍ବାୱେ ବିପକ୍ଷରେ ୨୬ ରନ୍ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୫ଟି ମ୍ୟାଚରେ ୨୨୫ ରନ୍ କରିଛନ୍ତି। ଷ୍ଟ୍ରାଇକ୍ ରେଟ୍ ରହିଛି ୧୯୩। ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନ ବିପକ୍ଷରେ ୧୫ ରନ୍, ନେଦରଲାଣ୍ଡସ ବିପକ୍ଷରେ ୫୧ ରନ୍, ଦ ଆଫ୍ରିକା ବିରୋଧରେ ୬୮ ରନ୍, ଜିମ୍ବାୱେ ବିପକ୍ଷରେ ୬୧ ରନ୍ ଓ ବାଂଲାଦେଶ ବିପକ୍ଷରେ ୩୦ ରନ୍ କରିଥିଲେ ।

ଭାରତ ଯଦି ଭଲ ବୋଲିଂ କରେ ତେବେ ବିଜୟ ସମ୍ଭାବନା ଅଧିକା। ଭାରତର ପେସ୍ ଆଟାକ୍ ରହିବ ଫର୍ମରେ ଥିବା ଅର୍ଶଦୀପ ସିଂହଙ୍କ ହାତରେ। ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର କୁମାର ଓ ମହମ୍ମଦ ସାମିଙ୍କ ପ୍ରଦର୍ଶନ ଭଲ ରହିଛି। ହାର୍ଦ୍ଦିକ ପଣ୍ଡ୍ୟା ଓ ଆର ଅଶ୍ୱିନ ମଧ୍ୟ ବୋଲିଂରେ ନିରାଶ କହି ନାହାନ୍ତି। କିନ୍ତୁ ଚିନ୍ତାର ବିଷୟ ରହିଛନ୍ତି, ଅକ୍ଷର ପଟେଲ। ରବୀନ୍ଦ୍ର ଜାଡେଜା ଆହତ ହେବା ପରେ ବିଶ୍ୱକପ୍‌ରେ ତାଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଅକ୍ଷର ପଟେଲ ୪ଟି ମ୍ୟାଚରେ ୩ଟି ୱିକେଟ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭ ରନ୍ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ଓଭରରେ ୨୧ ରନ୍ ଦେଇଥିଲେ। ତାଙ୍କ ସ୍ଥାନରେ ୟୁଜଭେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିବ କି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.