ଏସ୍‌ସିଜିରେ ଭାରତର ଜୟ ଜୟକାର, ଟି୨୦ ବିଶ୍ୱକପ୍‌ରେ ନେଦରଲାଣ୍ଡସ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

ସିଡନୀ : ଅବଶ୍ୟ ଟି୨୦ ସୁପର-୧୨ରେ ଦୁର୍ବଳ ଦଳ ଥିଲା ନେଦରଲାଣ୍ଡସ । ତଥାପି ଏହି ଟିମ୍‌କୁ ହାଲକା ଭାବେ ନେଇ ନଥିଲା ଭାରତୀୟ ଦଳ । ପାକିସ୍ତାନକୁ ହରାଇ ଦମ୍ଭକୁ ଆହୁରି ଦୃଢ଼ କରିଥିବା ଟିମ୍‌ ଇଣ୍ଡିଆ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ନେଦରଲାଣ୍ଡସକୁ ୫୬ ରନ୍‌ରେ ହରାଇଛି ।

ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଦଳ ୨ ଓ୍ଵିକେଟ୍‌ରେ ୧୭୯ ରନ୍‌ ସଂଗ୍ରହ କରିଥିଲା । କେଏଲ୍‌ ରାହୁଲ ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ରୋହିତ ଶର୍ମା ୫୩ ଏବଂ ନିଜର ଚମତ୍କାର ଫର୍ମ ଜାରି ରଖିଥିବା ବିରାଟ କୋହଲି ୪୪ ବଲ୍‌ରେ ୬୨ ରନ୍‌ ସ୍କୋର କରିଥିଲେ । ଯୁବ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ୨୫ ବଲ୍‌ରେ ୫୧ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ପରେ ଭାରତ ଭଳି ଏକ ଟାଣୁଆ ଦଳ ବିପକ୍ଷରେ ବ୍ୟାଟିଂ କରି ନେଦରଲାଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୧୨୩ ରନ୍‌ ହିଁ କରି ପାରିଥିଲା । ଟିମ୍‌ ପ୍ରିଙ୍ଗଲ ସର୍ବାଧିକ ୨୦ ରନ୍‌ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଅର୍ଶଦୀପ, ଅକ୍ଷର ପଟେଲ, ରବିଚନ୍ଦ୍ର ଅଶ୍ୱିନ୍‌ ସମସ୍ତେ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ । ଭାରତର ସୂର୍ଯ୍ୟ କୁମାର ‘ପ୍ଲୋୟାର ଅଫ୍‌ ଦି ମ୍ୟାଚ୍‌’ ବିବେଚିତ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.