କ୍ରୀଡା

ଦୀପାବଳି ଭେଟି ଦେଲା ଟିମ୍‌ ଇଣ୍ଡିଆ, ପାକିସ୍ତାନକୁ ହରାଇ ଟି୨୦ ବିଶ୍ୱ କପ୍‌ରେ ହାସଲ କଲା ଦମଦାର ବିଜୟ

ମେଲବର୍ଣ୍ଣ : ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କୁ ଟିମ୍‌ ଇଣ୍ଡିଆର ଦୀପାବଳି ଉପହାର । ରବିବାର ଛୁଟି ଦିନରେ ଏକଦମ ଏନଜୟମେଣ୍ଟ କରିବାର ସୁଯୋଗ ଦେଇଛି ରୋହିତ ଶର୍ମା ଟିମ୍‌ । ଶେଷ ଓଭରରେ ହାଇଡ୍ରାମା । ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯେଉଁ ରୋମାଞ୍ଚ ଥାଏ ତାହା ଆଜି ମ୍ୟାଚ୍‌ର ଅନ୍ତିମ ଓଭରରେ ଦେଖିବାକୁ ମିଳିଲା । କେବଳ ଏମ୍‌ସିଜି ଷ୍ଟାଡିୟମ ନୁହେଁ ଉଭୟ ଭାରତ ଓ ପାକିସ୍ତାନ ଏବଂ ବିଭିନ୍ନ ଦେଶରେ ଥିବା ଦୁଇ ଦେଶର କ୍ରିକେଟ୍‌ ପ୍ରେମୀ ଏହି ମ୍ୟାଚ୍‌କୁ ଉପଭୋଗ କରୁଥିଲେ । ତେବେ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ପୂରା ପଇସା ଅସୁଲ ମ୍ୟାଚ୍‌ ଥିଲା ଶେଷ ଓଭର୍‌ର ଫଳାଫଳ ପାଇଁ । ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୬୦ ରନ୍‌ କରିଥିଲେ । ଏହା ସହିତ ପାକିସ୍ତାନ ଠାରୁ ପୂର୍ବ ପରାଜୟର ପ୍ରତିଶୋଧ ବି ନେଇଛି ।

ଶେଷ ଓଭରର ଚତୁର୍ଥ ବଲ୍‌ ବଦଳାଇ ଦେଲା ଭାଗ୍ୟ

ଶେଷ ଓଭରରେ ଭାରତକୁ ଦରକାର ଥିଲା ୧୬ ରନ୍‌ । ବୋଲିଂ କରିବାକୁ ଆସିଥିଲେ ପାକିସ୍ତାନର ମହମ୍ମଦ ନଓ୍ଵାଜ । ତାଙ୍କ ପ୍ରଥମ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇ ଯାଇଥିଲେ । ଏହାପରେ କୋହଲିଙ୍କ ସହ ଯୋଗ ଦେଇଥିଲେ ଦୀନେଶ କାର୍ତ୍ତିକ । ଦ୍ୱିତୀୟ ବଲ୍‌ରେ କାର୍ତ୍ତିକ ୧ ରନ୍‌ ନେବା ପରେ ତୃତୀୟ ବଲ୍‌ରେ କୋହଲି ଦୁଇ ରନ୍‌ ଦେଇଥିଲେ । ତେବେ ଚତୁର୍ଥ ବଲ୍‌ରେ ଛକା ମରିଥିଲେ କୋହଲି । ଏହି ସମୟରେ ସ୍ପଷ୍ଟ ଜଣାପଡୁନଥିଲା କିଏ ଜିତିବ । କେତେବେଳେ ଭାରତ ତ କେତେବେଳେ ପାକିସ୍ତାନ ଜିତିବବା ଭଳି ସ୍ଥିତି ଥିଲା । ଏହା ପରେ ବାକି ୨ଟି ବଲ୍‌ରେ ଜିତିବା ପାଇଁ ଦରକାର ଥିଲା ୬ ରନ୍‌ । ପରେ ଗୋଟିଏ ଓ୍ଵାଇଡ୍‌ ଓ ୩ଟି ବାଇ ରନ୍‌ ବଳରେ ଭାରତ ପହଞ୍ଚିଥିଲା ୧୫୮ ରନ୍‌ରେ । ଶେଷ ଦୁଇ ବଲ୍‌ରେ ୨ ରନ୍‌ ଆବଶ୍ୟକ ଥିବା ବେଳେ ପଞ୍ଚମ ବଲ୍‌ରେ ଦୀନେଶ କାର୍ତ୍ତିକ ଆଉଟ୍‌ ହୋଇ ଯାଇଥିଲେ । ଫଳରେ ଶେଷ ବଲ୍‌ରେ ୨ ରନ୍‌ ଦରକାର ଥିଲା ଜିତିବା ପାଇଁ । ରବିଚନ୍ଦ୍ର ଅଶ୍ୱିନ୍‌ ଆସିଥିଲେ ଅନ୍ତିମ ବଲ୍‌ ଖେଳିବା ପାଇଁ । ସାମନାରେ ଥିଲେ ନଓ୍ଵାଜ । ହେଲେ ଟେନସନ୍‌ରେ ଓ୍ଵାଇଡ୍‌ ପକାଇଲେ । ଆଉ ଗୋଟିଏ ବଲ୍‌ ମିଳିଗଲା ଭାରତକୁ ଏବଂ ମ୍ୟାଚ୍‌ ‘ଟାଇ’ ହେଲା ୧୫୯ ରନ୍‌ରେ । ତଥାପି ଉଭୟ ଦଳ ଭିତରେ ଟେନସନ୍‌ ଥିଲା । ସେହିପରି ସ୍ଥିତି ଦେଖଇବାକୁ ମିଳିଥିଲା ଦର୍ଶକଙ୍କ ଭିତରେ । ତେବେ ଭାଗ୍ୟ ଯେମିତି ପୂରା ସାଥୀରେ ଥିଲା ଭାରତର । ଶେଷ ବଲ୍‌ରେ ମିଡ୍‌ଅଫ୍‌ ଉପରେ ସଟ୍‌ ଖେଳି ଗୋଟିଏ ରନ୍‌ ନେଇ ଭାରତକୁ ଜିତାଇ ଦେଲେ ଅଶ୍ୱିନ୍‌ ।

କୋହଲି-ପାଣ୍ଡ୍ୟା ଯୋଡ଼ିର କମାଲ

ତେବେ ଏହି ବିଜୟରେ ବିଶେଷ ଭୂମିକା ଥିଲା ଶେଷ ଓଭରର ଚତୁର୍ଥ ବଲ୍‌ର । ଯେଉଁଥିରେ ଭାରତକୁ ମିଳିଥିଲା ୧୦ ରନ୍‌ । କୋହଲିଙ୍କ ଛକା, ଓ୍ଵାଇଡ୍‌ ବଲ୍‌ ରନ୍‌ ଓ ବାଇ ରନ୍‌ । ଅବଶ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା ଏହି ବିଜୟରେ । ସେମାନେ ଭାରତର ସ୍କୋରକୁ ୩୧/୪ରୁ ୧୪୪ ରନ୍‌ରେ ପହଞ୍ଚାଇ ଥିଲେ । ପାଣ୍ଡ୍ୟା ୩୭ ବଲ୍‌ରେ ୪୦ ରନ୍‌ କରିଥିବା ବେଳେ କୋହଲି ୫୩ ବଲ୍‌ ଖେଳି ଅପରାଜିତ ୮୨ ରନ୍‌ କରିଥିଲେ । ଏଥିରେ ଥିଲା ୬ଟି ଚୌକା ଓ ୪ଟି ଦମଦାର ଛକା ।
ପିଚ୍‌ କଥା ଚିନ୍ତା କରି ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ ନେଇଥିଲେ । ତାଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଅର୍ଶଦୀପ ସିଂହ ଏଲ୍‌ଡବଲ୍ୟୁ କରି ଦେଇଥିଲେ । ତା ପରେ ଅନ୍ୟ ଓପନର ରାଜଓ୍ଵାଙ୍କୁ ମଧ୍ୟ ଅର୍ଶଦୀପ ଆଉଟ୍‌ କରିଥିଲେ । ପାକିସ୍ତାନ ପକ୍ଷରୁ ମାସୁଦ ୫୨ ଓ ଇଫତିକାର ଅହମଦ ୫୧ ରନ୍‌ କରିଥିଲେ । ଆଉ ଭାରତ ତରଫରୁ ୩ଟି ଓ୍ଵିକେଟ୍‌ ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।

 

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

20 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

22 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago