କ୍ରୀଡା

ଭାରତ ଜିତିଲା ଏସିଆ କପ୍‌ ୨୦୨୩, ଶ୍ରୀଲଙ୍କାକୁ ୧୦ ଓ୍ଵିକେଟରେ ହରାଇ ହାତେଇଲା ୮ମ ଟାଇଟଲ

କଲମ୍ବୋ : ବୋଲର୍‌ ଜିତାଇ ଦେଲେ । ଭାରତୀୟ ବ୍ୟାଟରଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ିଲାନି । ମାତ୍ର ୧୨୯ଟି ବଲରେ ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ଶେଷ । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ଦେଇଥିବା ୫୦ ରନର ଟାର୍ଗେଟକୁ ସହଜରେ ପୂରଣ କରିଛନ୍ତି ଭାରତୀୟ ଟିମର ଦୁଇ ଓପନିଂ ବ୍ୟାଟର । ଶୁବମନ ଗିଲ୍ ଏବଂ ଈଶାନ କିଶନ ମାତ୍ର ୬.୧ ଓଭରରେ ବିଜୟ ଲକ୍ଷ୍ୟ ୫୧ ରନ୍ ସଂଗ୍ରହ କରି ନେଇଛନ୍ତି । ତା ସହିତ ଅଷ୍ଟମ ଏସିଆ କପ୍ ଟାଇଟଲକୁ ସହଜରେ ହାତେଇଛି ଟିମ୍‌ ଇଣ୍ଡିଆ । ଶୁବମନ ଗିଲ୍ ଅପରାଜିତ ୨୭ ରନ ଏବଂ ଈଶାନ ଅପରାଜିତ ୨୩ ରନ କରି ଭାରତକୁ ୨୦୨୩ ଏସିଆ କପ୍ ଜିତାଇଛନ୍ତି ।

ସବୁଠାରୁ କମ୍‌ ବଲରେ ସରିଥିବା ଦିନିକିଆ ମ୍ୟାଚ୍‌ ଭିତରେ ଇଏ ହେଉଛି ତୃତୀୟ । ମାତ୍ର ୧୨୯ଟି ବଲ୍‌ରେ ଉଭୟ ଇନିଂସ୍‌ ସରିଛି । ପୂର୍ବରୁ ୨୦୨୦ରେ ନେପାଳ ଓ ଆମେରିକା ମ୍ୟାଚ୍‌ ୧୦୪ଟି ବଲରେ ଏବଂ ୨୦୦୧ରେ ଜିମ୍ବାୱେ ଓ ଶ୍ରୀଲଙ୍କା ମ୍ୟାଚ୍‌ ୧୨୦ ବଲରେ ଶେଷ ହୋଇ ଯାଇଥିଲା । ଏକା ସିରାଜଙ୍କୁ ନିଅଣ୍ଟ ପଡ଼ିଲା ସାରା ଶ୍ରୀଲଙ୍କା ଦଳ ।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା ଦଳ । ହେଲେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ସ୍କୋର୧୨ ରନରେ ପହଞ୍ଚିଲା ବେଳକୁ ଦଳ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ପେସ୍‌ ବୋଲର ମହମ୍ମଦ ସିରାଜ ଗୋଟିଏ ଓଭରରେ ୪ ୱିକେଟ ନେଇ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଭାରତ କବଜାକୁ ନେଇ ଆସିଲେ । ପ୍ରଥମ ଓଭରରେ ଯଶପ୍ରୀତ ବୁମରା କୁଶଲ ପେରେରାଙ୍କୁ ଆଉଟ୍ କରିଦେଇଥିଲେ। ଦ୍ୱିତୀୟ ଓଭରରେ ମହମ୍ମଦ ସିରାଜ ମେଡେନ ନେଇଥିଲେ। ତୃତୀୟ ଓଭରରେ ବୁମରା ମାତ୍ର ୧ ରନ ଦେଇଥିଲେ। ୪ର୍ଥ ଓଭର ପୁଣି ସିରାଜ ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରରେ ୬ଟି ବଲ୍ ପକାଇ ୪ ୱିକେଟ ନେଇଥିଲେ ।

୫ମ ଓଭରରେ ବୁମରା ମେଡେନ ନେଇଥିଲେ। ୬ଷ୍ଠ ଓଭରରେ ସିରାଜ ପୁଣି କମାଲ କରିଥିଲେ। ସେ ଓଭରର ୪ର୍ଥ ବଲରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକାଙ୍କୁ ଶୂନରେ ଆଉଟ କରି ଦେଇଥିଲେ। ୧୨ ଓଭରରେ ୭ମ ଓ୍ଵିକେଟ ପଡିଥିବା ବେଳେ ସେହି ଓଭରର ତୃତୀୟ ବଲରେ ଖସି ପଡ଼ିଥିଲା ଶ୍ରୀଲଙ୍କାର ୮ମ ଓ୍ଵିକେଟ୍‌ । ୧୬ତମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କାର ଶେଷ ଦୁଇଟି ଓ୍ଵିକେଟ ଦଖଲ କରି ନେଇଥିଲେ । ଆଉ ଶେଷରେ ୫୦ ରନରେ ଅଲଆଉଟ ହେଲା ଶ୍ରୀଲଙ୍କା । କମାଲ ବୋଲିଂ କରି ମହମ୍ମଦ ସିରାଜ ୭ ଓଭରରେ ୨୧ ରନ୍‌ ଦେଇ ୬ଟି ଓ୍ଵିକେଟ, ପାଣ୍ଡ୍ୟା ୨.୨ ଓଭରରେ ୩ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ହାସଲ କରିଥିଲେ । ବୁମରାଙ୍କ ମିଳିଥିଲା ଗୋଟିଏ ସଫଳତା ।

Swagatika

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

5 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

8 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

42 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

43 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago