ଖେଳାଳି ଓ ଫ୍ୟାନଙ୍କ ମୁଁହରେ ହସ, ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ ଦେଲା ଭାରତ

ଲଣ୍ଡନ : ପ୍ରଥମେ ବିଜୟ ତାପରେ ପରାଜୟ ଆଉ ଏବେ ପୁଣି ବିଜୟ । ଇଏ ହେଉଛି ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତର କାହାଣୀ । ତେବେ ଆଜିର ଏହି ବିଜୟ ବଳରେ ଭାରତୀୟ ଦଳ ଜଣାଇ ଦେଇଛି ଯେ ଫ୍ୟାନମାନେ ଆମ ଉପରେ ଭରସା କରି ଶିଖନ୍ତୁ । ପରାଜୟ ବେଳେ ଅଯଥା ସମାଲୋଚନା କରି ଆମ ମନୋବଳ ନଭାଙ୍ଗନ୍ତୁ । ଆଜି ଚତୁର୍ଥ ଟେଷ୍ଟର ଶେଷ ଦିନରେ ଭାରତୀୟ ଦଳ ଘରୋଇ ଇଂଲଣ୍ଡ ଟିମକୁ ୧୫୭ ରନରେ ହରାଇଛି । ଏହା ସହ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଦୀର୍ଘ ୫୦ ବର୍ଷ ପରେ ଓଭାଲରେ ଜିତିଛି ଭାରତ ।

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୯୧ ରନ କରିଥିଲା । ପରେ ଇଂଲଣ୍ଡ ୨୯୦ ରନ କରି ୯୯ ରନରେ ଆଗୁଆ ରହିଥିଲା । ତେବେ ଦ୍ଵିତୀୟ ଇନିଂସରେ ଆହୁରି ଦୃଢ଼ ବ୍ୟାଟିଂ କରି ଟିମ ଇଣ୍ଡିଆ କରିଥିଲା ୪୬୬ ରନ । ଆଉ ଘରୋଇ ଟିମ ଆଗରେ ରଖିଥିଲା ୩୬୮ ରନଜେ ବିଜୟ ଲକ୍ଷ୍ୟ । ଇଂଲଣ୍ଡର ଦୁଇ ଓପନର ବର୍ନସ ଓ ହମିଦ ପ୍ରଥମ ଉଇକେଟରେ ୧୦୦ ରନ ଯୋଡି ଟକ୍କର ଦେଇଥିଲେ । ଏହି ଯୋଡି ଭାଙ୍ଗିବା ପରେ ମ୍ୟାଚର ମୋଡ ବଦଳି ଯାଇଥିଲା । ଅବଶ୍ୟ ଅଧିନାୟକ ଜୋ ରୁଟ (୩୬ ରନ) ଲଢେଇ କରିଥିଲେ ହେଲେ ଭାରତୀୟ ବୋଲରଙ୍କ ଆଗରେ ତାଙ୍କ ଦଳ ଆତ୍ମସମର୍ପଣ କରିଦେଇଥିଲା । ୨୧୦ ରନରେ ଅଲଆଉଟ ହୋଇଗଲା ଇଂଲଣ୍ଡ ଟିମ ।

ବୁମରା ୨, ଜାଡେଜା ୨, ସାରଦୁଲ ଠାକୁର ୨, ଉମେଶ ଯାଦବ ୩ଟି ଉଇକେଟ ନେଇ ଭାରତ ପାଇଁ ବୋଲିଂ ସଫଳତା ଆଣି ଦଳକୁ ଜିତାଇ ଦେଇଥିଲେ । ଆଜି ବୁମରା ତାଙ୍କ ଟେଷ୍ଟ କ୍ୟାରିୟରଜେ ୧୦୦ ଉଇକେଟ ପୁରାଣ କରିଛନ୍ତି । ଭାରତ ପକ୍ଷରୁ ସବୁଠାରୁ କାମ ଟେଷ୍ଟରେ ସେ ଏହି ସଫଳତା ଲାଭ କରିଛନ୍ତି । ଦୁଇ ଦଳ ଭିତରେ ପଞ୍ଚମ ତଥା ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ମଞ୍ଚେଷ୍ଟର ଠାରେ ଆରମ୍ଭ ହେବ । ଦୁଇ ଦଳ ଭିତରେ ପଞ୍ଚମ ତଥା ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ମାଞ୍ଚେଷ୍ଟର ଠାରେ ଆରମ୍ଭ ହେବ ।

 

score-1

score-2

 

Leave A Reply

Your email address will not be published.