ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟି-୨୦ ଜିତିଲା ଭାରତ, ଆଜି ଦ୍ୱିତୀୟ ମ୍ୟାଚ୍
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୯୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ଭାରତ ୬ ଓ୍ଵିକେଟରେ ହାସଲ କରିନେଇଥିଲା । ମ୍ୟାଚ୍ ଆରମ୍ଭରୁ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଉପରେ ପ୍ରଭାବ ପକାଇଥିଲେ । ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିବା ସାଇନି ତିନିଟି ଓ୍ଵିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି ଓ୍ଵିକେଟ୍ ନେଇଥିଲେ । ଏହି ଛୋଟ ବିଜୟ ଲକ୍ଷ ହାସଲ କରିବା ପାଇଁ ଟିମ୍ ଇଣ୍ଡିଆକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା । ଶିଖର ଧାଓ୍ଵନ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ବିରାଟ କୋହଲୀ ଓ ପାଣ୍ଡ୍ୟା ୧୯ ଲେଖାଏଁ ରନ୍ କରିଥିଲେ । ହେଲେ ଓପନର ରୋହିତ ଶର୍ମା ସର୍ବାଧିକ ୨୪ ରନ୍ କରିଥିଲେ । ଏହି ବିଜୟ ସହ ଭାରତ ୧-୦ରେ ସିରିଜ୍ ଆଗୁଆ ରହିଛି ।
ଆଜି ଦୁଇ ଦଳ ଭିତରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ