ରାଜକୋଟରେ ରାଜ୍‌ କଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ଦ୍ୱିତୀୟ ମ୍ୟାଚ୍‌ରେ ହରାଇ ଫେରିଲା ସିରିଜ୍‌କୁ

ରାଜକୋଟ : ଆଜି ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭାରୀ ପଡ଼ିଲେ ଭାରତୀୟ ବୋଲର୍‌ । ମହମ୍ମଦ ସାମି, କୁଲଦୀପ ଯାଦବ, ନବଦୀପ ସାଇନି ଏବଂ ରବୀନ୍ଦ୍ର ଜାଡେଜାଙ୍କ ମିଳିତ ଆକ୍ରମଣରେ ଧରାଶାୟୀ ହେଲା କଙ୍ଗାରୁ ଟିମ୍‌ । ଆଜିର ମ୍ୟାଚ୍‌ରେ ୩୬ ରନ୍‌ରେ ବିଜୟୀ ହୋଇ ଭାରତ ଓ୍ଵାଙ୍ଖଡ଼େ ପରାଜୟର ପ୍ରତିଶୋଧ ନେବା ସହିତ ଏହି ଦିବାରାତ୍ର ଦିନିକିଆ ସିରିଜ୍‌କୁ ୧-୧ ସ୍ଥିତିକୁ ଆଣିଛି ।

INDIA-2ଲକ୍ଷ୍ୟ ଥିଲା ୩୪୧ ରନ୍‌ । ଅଧିନାୟକ ଫିଞ୍ଚ ୩୩ ଏବଂ ଲବୁସଚେଞ୍ଜ ୪୬ ରନ୍‌ କରିଥିବା ବେଳେ ଷ୍ଟିଭେନ୍‌ ସ୍ମିଥ ୯୮ ରନ୍‌ର ଇନିଂସ୍‌ ଖେଳି ଅଷ୍ଟ୍ରେଲିଆର ଲଢ଼େଇ ଜାରି ରଖିଥିଲେ । ହେଲେ ସ୍ମିଥ୍‌ଙ୍କୁ ଆଉଟ୍‌ କରି କୁଲଦୀପ ଯାଦବ ଭାରତ ପାଇଁ ବଡ଼ ସଫଳତା ଆଣି ଦେଇଥିଲେ । ୩୮ତମ ଓଭର୍‌ରେ କୁଲଦୀପ ଯଥାକ୍ରମେ ଆଲେକ୍ସ କାରୀ ଓ ସ୍ମିଥ୍‌ଙ୍କୁ ପୁଣି ୪୪ତମ ଓଭରରେ ମହମ୍ମଦ ସାମି ଟର୍ଣ୍ଣର ଓ କମିନ୍ସଙ୍କୁ ଲଗାତର ଦୁଇଟି ବଲ୍‌ରେ ଆଉଟ୍‌ କରି ଭାରତକୁ ବିଜୟପଥରେ ଆଗେଇ ନେଇଥିଲେ । ପରେ ସାଇନି ୪୭ତମ ଓଭରରେ ଆଷ୍ଟନ୍‌ ଅଗର ଓ ମିଚେଲ ଷ୍ଟାର୍କଙ୍କୁ ଆଉଟ୍‌ କରିଥିଲେ । ସାମି ୩ଟି ଏବଂ ସାଇନି, ଜାଡେଜା ଓ କୁଲଦୀପ ସମସ୍ତେ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ଶେଷ ଓ୍ଵିକେଟ୍‌ ମିଳିଥିଲା ବୁମରାଙ୍କୁ ।
ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍‌ ୧୦୨ ବଲ୍‌ ଖେଳି ୯୮ ରନ୍‌ କରିଥିଲେ । ତାଙ୍କ ଦଳ ୩୦୪ ରନ୍‌ କରି ୪୯.୧ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲା ।

ସ୍କୋର : ଭାରତ-୩୪୦/୬ । ଅଷ୍ଟ୍ରେଲିଆ-୩୦୪ ଅଲ୍‌ଆଉଟ୍‌, ୪୯.୧ ଓଭର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.