୭ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତ ସିରିଜ୍ ବିଜୟୀ

ନୂଆଦିଲ୍ଲୀ : ଭାରତ- ନ୍ୟୁଜିଲ୍ୟାଣ୍ଡ ୩ୟ ଦିନିକିଆରେ ଭାରତ ୭ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି। ଏହି ବିଜୟରେ ଭାରତ ୩-୦ରେ ସିରିଜ ବିଜୟୀ ମଧ୍ୟ ହୋଇଛି। ୨୪୪ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ନ୍ୟୁଜିଲ୍ଟାଣ୍ଡ ବିପକ୍ଷରେ ବ୍ୟାଟିଂ ଆରମ୍ଭ କରିଥଲା। କିନ୍ତୁ ମାତ୍ର ୩ ୱିକେଟରେ ଭାରତ ତାହାର ଲକ୍ଷ୍ୟ ହାସଲ କରିଥିଲା।

ଟସ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରିଥିଲା। ଏଥିରେ ତାଙ୍କ ଦଳର ସମସ୍ତ ଖେଳାଳୀ ଆଉଟ୍ ହୋଇଥିଲେ। ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତର ୩ ୱିକେଟ ଚାଲିଯାଇଥିବା ପରେ ମଧ୍ୟ ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂ ଭାରତକୁ ବିଜୟ ଦେଇଥିଲେ। ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକ ଯଥାକ୍ରମେ ୪୦(୪୨) ଏବଂ ୩୮(୩୮) କରି ଅପରାଜିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.