ଚତୁର୍ଥ ମ୍ୟାଚ୍‌ ୧୦ ଓ୍ଵିକେଟ୍‌୍‌ରେ ଜିତି ଜିମ୍ବାେଓ୍ଵ ଠାରୁ ଟି୨୦ ସିରିଜ୍‌ କବଜା କଲା ଭାରତ

ଜିମ୍ବାେଓ୍ଵ ବିପକ୍ଷରେ ଚତୁର୍ଥ ଟି୨୦ ମ୍ୟାଚ୍‌ କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ

ହରାରେ : ଜିମ୍ବାେଓ୍ଵ ବିପକ୍ଷରେ ଚତୁର୍ଥ ମ୍ୟାଚ୍‌ ସହ ଟି୨୦ ସିରିଜ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ । ହରାରେ ଠାରେ ଆଜି ୧୫୩ ରନ୍‌ର ବିଜୟଲକ୍ଷ୍ୟକୁ ବିନା କୌଣସି ଓ୍ଵିକେଟ୍‌ ହରାଇ ୧୫.୨ ଓଭରରେ ହାସଲ କରିଛି । ଦୁଇ ଓପ୍ନର ଯଶସ୍ୱୀ ଜୟସ୍ୱାଲ ଏବଂ ଶୁଭମନ ଗିଲ ଅପରାଜିତ ରହି ଦଳକୁ ଜିତାଇ ଦେଇଛନ୍ତି । ଜୟସ୍ୱାଲ ୫୩ ବଲରେ ୯୩ ରନ୍‌ କରିଛନ୍ତି । ଏଥିରେ ରହିଛି ୧୩ଟି ଚୌକା ଓ ୨ଟି ଛକା । ଗିଲ୍‌ ୩୯ ବଲରେ ୫୮ ରନ୍‌ (୬ ଚୌକା, ୨ ଛକା) ସ୍କୋର କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଜିମ୍ବାେଓ୍ଵ ୭ ଓ୍ଵିକେଟରେ ୧୫୨ ରନ୍‌ କରିଥିଲା । ମାରୁମଣି ୩୨ ଏବଂ ରାଜା ସର୍ବାଧିକ ୪୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ଖଲିଲ ଅହମଦ ୨ଟି ଏବଂ ତୁଷାର ପାଣ୍ଡେ, ଅଭିଷେକ ଶର୍ମା, ଓ୍ଵାଶିଂଟନ୍‌ ସୁନ୍ଦର ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।
ପରେ ଭାରତୀୟ ଦଳ ସହଜରେ ଏକତରଫା ବିଜୟ ହାସଲ କରିଥିଲା । ଯୁବ ଓପ୍ନର ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ଶୁଭମ ଗିଲ୍‌ ଜିମ୍ବାେଓ୍ଵ ବୋଲରଙ୍କୁ ନିର୍ଦ୍ଧୁମ ପିଟି ଦଳକୁ ବିଜୟୀ କରାଇଥିଲେ । ଟିମ୍‌ ୧୦ ଓଭର ଭିତରେ ୧୦୦ ରନ୍‌ ପାର କରି ଯାଇଥିଲା ।
ଏହି ବିଜୟ ସହ ଭାରତୀୟ ଦଳ ୩-୧ରେ ଆଗୁଆ ରହି ୫ ମ୍ୟାଚ୍‌ ସିରିଜ୍‌କୁ ଜିତି ନେଇଛି ।

ଜିମ୍ବାେଓ୍ଵ-୧୫୨/୭ (୨୦ ଓଭର)
ଭାରତ-୧୫୬/୦ (୧୫.୨ ଓଭର)

You might also like