Categories: କ୍ରୀଡା

ଚହଲଙ୍କ ଚାଲ୍‌ ଓ ଧୋନିଙ୍କ ଧୈର୍ଯ୍ୟ, ଅନ୍ତିମ ଦିନିକିଆ ସିରିଜ୍‌ ଜିତିଲା ଭାରତ

ମେଲବର୍ଣ୍ଣ : ମେଲବର୍ଣ୍ଣରେ ନୂଆ ଇତିହାସ ଲେଖିଲା ଭାରତୀୟ କ୍ରିକେଟ୍‌ ଦଳ । ଚହଲଙ୍କ ଚାଲ୍‌ ଓ ଧୋନିଙ୍କ ଧୈର୍ଯ୍ୟ ଆଜି ଅନ୍ତିମ ଦିନିକିଆ ସହ ଭାରତକୁ ସିରିଜ୍‌ ବିଜୟୀ କରାଇଛି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ଟେଷ୍ଟ ସିରିଜ୍‌ରେ ପ୍ରଥମ ଥର ହରାଇବା ପରେ ପ୍ରଥମ ଥର ଦିନିକିଆ ସିରିଜ୍‌ ମଧ୍ୟ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ । ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟ୍‌ରେ ହରାଇଛି ।

ଲେଗସ୍ପିନର ଚହଲ ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରି ୪୨ ରନ୍‌ରେ ୬ ଓ୍ଵିକେଟ୍‌ ଦଖଲ କରିଥିଲେ । ନିଜର ଚମତ୍କାର ଲେଗ୍‌ସ୍ପନ୍‌ରେ ସେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନଙ୍କୁ ନାକେଦମ୍‌ କରି ଦେଇଥିଲେ । ଫଳରେ ଘରୋଇ ଦଳ ୪୮.୪ ଓଭରରେ ୨୩୦ ରନ୍‌ କରିଥିଲା । ଜବାବରେ ଭାରତ ୪୯.୨ ଓଭରରେ ୩ ଓ୍ଵିକେଟ୍‌ ହରାଇ ୨୩୪ ରନ୍‌ କରିଥିଲା ।

ଯୁଜବେନ୍ଦ୍ର ଚହଲ : ମ୍ୟାଚ୍‌ ଅଫ୍‌ ଦି ମ୍ୟାଚ୍‌

ଧୋନି ନିଜର ୩୩୫ତମ ଦିନିକିଆରେ ୭୦ତମ ଅର୍ଦ୍ଧଶତକ କରି ପୁଣି ଥରେ ସାଜିଥିଲେ ମ୍ୟାଚ୍‌ ଫିନିସର୍‌ । ସେ ଦ୍ୱିତୀୟ ଦିନିକିଆରେ ମଧ୍ୟ ଏହି ଭୂମିକା ନେଇଥିଲେ । ଏହା ସହିତ ନିଜ ବ୍ୟାଟିଂକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ରଖିଥିଲେ ଏହି ଚମତ୍କାର ୮୭ ରନ୍‌ ( ୧୧୪ ବଲ୍‌, ୬ ଚୌକା) ଇନିଂସ୍‌ ଜରିଆରେ । ସେପଟେ କେଦାର ଯାଦବ ତାଙ୍କର ଚତୁର୍ଥ ଅର୍ଦ୍ଧଶତକ ( ୬୧ ରନ୍‌, ୫୭ ବଲ୍‌ ଓ ୭ ଚୌକା) ହାସଲ କରିଥିଲେ । କୋହଲି ୪୬ ରନ୍‌ କରି ଆଉଟ୍‌ ହେବା ବେଳକୁ ଭାରତର ସ୍କୋର ଥିଲା ୩ ଓ୍ଵିକେଟ୍‌ରେ ୧୧୩ ରନ୍‌ । ଏହା ପରେ ଧୋନି ଓ ଯାଦବ ଅସମାପ୍ତ ଚତୁର୍ଥ ଓ୍ଵିକେଟ୍‌ରେ ୧୨୧ ରନ୍‌୍‌ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ ।

କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନି

ଚହଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ଧୋନି ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ଜିତିଛନ୍ତି । ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ ପୂର୍ବରୁ ତ୍ରିରାଷ୍ଟ୍ରୀୟ ସିରିଜ୍‌ ଜିତିଥିଲେ ମଧ୍ୟ କେବେ ହେଲେ ଦ୍ୱିପାକ୍ଷିକ ସିରିଜ୍‌ ଜିତି ନଥିଲା ।
ଆଜିର ମ୍ୟାଚ୍‌ ସହ ଭାରତର ଲମ୍ବା ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି । ପ୍ରଥମେ ଟି-୨୦ ସିରିଜ୍‌କୁ ଡ୍ର ରଖିବା ପରେ ଟେଷ୍ଟ ସିରିଜ୍‌ ଓ ଦିନିକିଆ ସିରିଜ୍‌ ଜିତି ଏବେ ବିରାଟ ବାହିନୀ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ୨୩ ତାରିଖରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ ।

ସ୍କୋର : ଅଷ୍ଟ୍ରେଲିଆ-୨୩୦, ୪୮.୪ ଓଭର (ଉସମାନ ଖ୍ଵାଜା ୩୪, ସନ୍‌ ମାର୍ଶ ୩୯, ପିଟର ହାଣ୍ଡସ୍କମ୍ବ ୫୮, ଗ୍ଲେନ୍‌ ମାକ୍ସେଓ୍ଵଲ୍‌ ୨୬ । ଭୁବନେଶ୍ୱର କୁମାର ୮-୧-୨୮-୨, ମହମ୍ମଦ ସାମି ୯.୪-୦-୪୭-୨, ଚହଲ ୧୦-୦-୪୨-୬) ।
ଭାରତ-୨୩୪/୩, ୪୯.୨ ଓଭର (ରୋହିତ ୯, ଧବନ ୨୩, କୋହଲି ୪୬, ଧୋନି ଅପରାଜିତ ୮୭, କେଦାର ଯାଦବ ଅପରାଜିତ ୬୧) ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

16 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

18 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

51 mins ago