ଚାପରେ ଦବିଗଲା ଇଣ୍ଡିଜ, ଚତୁର୍ଥ ଦିନିକିଆରେ ବିରାଟ ବାହିନୀର ବିପୁଳ ବିଜୟ

ମୁମ୍ବାଇ : ରନ୍ ପାହାଡ଼ ଚାପରେ ଦବିଗଲା ୱେଷ୍ଟଇଣ୍ଡିଜ ଦଳ । ଶୋଚନୀୟ ଭାବେ ମୁମ୍ବାଇ ବ୍ରାବର୍ଣ୍ଣ ଷ୍ଟାଡିୟମରେ ୨୨୪ ରନରେ ହାରିଗଲା । ଦ୍ବିତୀୟ ମ୍ୟାଚ୍ ‘ଟାଇ’ ରଖି ୩ୟ ମ୍ୟାଚରେ ଜିତିବା ପରେ ଭ୍ରମଣକାରୀ ଇଣ୍ଡିଜ୍ ଦଳ ଠାରୁ ଆଜି ଯେଭଳି ଖେଳ ଆଶା କରାଯାଉଥିଲା ତାର ବିପରୀତ ଦଶା ଦେଖିବାକୁ ମିଳିଲା । ପ୍ରଥମେ ରନ୍ଆଉଟ୍ ଓ ପରେ ଯୁବା ବୋଲର୍ ଖଲିଲ ଅହମଦଙ୍କ ଆଗରେ ଅଣ୍ଠେଇ ପଡ଼ିଲା ଇଣ୍ଡିଜ୍ ଦଳ । ୩୭୮ ରନର ବିଶାଳ ଲକ୍ଷ୍ୟ ନେଇ ମାତ୍ର ୧୫୩ ରନରେ ରନରେ ଅଲଆଉଟ୍ ହୋଇଗଲା । ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍ ତିରୁବନନ୍ତପୁରମ ଠାରେ ନଭେମ୍ବର ୧ ତାରିଖ ଦିନ ଖେଳାଯିବ ।
ଓପ୍ନର ପାୱେଲ (୪) ଓ ଫର୍ମରେ ଥିବା ହୋପ୍ ଖାତା ଖୋଲିବା ପୂର୍ବରୁ ରନ୍ଆଉଟ୍ ହୋଇ ଯାଇଥିଲେ । ଜୋରଦାର ଫର୍ମରେ ଥିବା ଡେମେୟରଙ୍କୁ ମାତ୍ର ୧୩ ରନରେ ଏଲବିଡବଲ୍ୟୁ କରି ଦେଇଥିଲେ ଖଲିଲ ଅହମଦ । ଅଧିନାୟକ ଜେସନ୍ ହୋଲଡର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ଅପରାଜିତ ୫୪ ରନ୍ କରିଥିଲେ । ହେଲେ ତାହା ଯଥେଷ୍ଟ ହୋଇନଥିଲା । ଭାରତ ପକ୍ଷରୁ ଖଲିଲ ଅହମଦ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ରୋହିତ ଶର୍ମା ଓ ଅମ୍ବାତି ରାୟୁଡୁଙ୍କ ଶତକ ବଳରେ ଘରୋଇ ଦଳ ୫ ୱିକେଟରେ ୩୭୭ ରନ୍ କରିଥିଲା । ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ସ୍କୋର : ଭାରତ, ୩୭୭/୫, ୫୦ ଓଭର (ରୋହିତ ଶର୍ମା ୧୬୨, ଧବନ ୩୮, କୋହଲି ୧୬, ରାୟୁଡୁ ୧୦୦, ଧୋନି ୨୩, କେଦାର ଯାଦବ ଅପରାଜିତ ୧୬, ଜାଡେଜା ଅପରାଜିତ ୭ । ରୋକ୍ ୨/୭୪ ।)
ୱେଷ୍ଟଇଣ୍ଡିଜ୍ : ୧୫୩ ଅଲଆଉଟ୍, ୩୬.୨ ଓଭର (ହେମରାଜ ୧୪, ସାମୁଏଲ୍ସ ୧୮, ହେଟମେୟର ୧୩, ହୋଲଡର ଅପରାଜିତ ୫୪, ପଲ୍ ୧୯, । ଖଲିଲ ଅହମଦ ୫-୦-୧୩-୩, କୁଲଦୀପ ଯାଦବ ୮.୨-୦-୪୨-୩)